୨୦୨୦-୨୧ ଶିକ୍ଷାବର୍ଷରେ ୭ଟି ସ୍ଲାବରେ କରାଯିବ ସ୍କୁଲ ଫି’ କୋହଳ, ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋହଳ ହେବ ସ୍କୁଲ ଫି । ୨୦୨୦-୨୧ ଶିକ୍ଷାବର୍ଷରେ ୭ଟି ସ୍ଲାବରେ ସ୍କୁଲ ଫି’ କୋହଳ କରାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ୭.୫ରୁ ୨୬ ପ୍ରତିଶତ ଯାଏ ସ୍କୁଲ ଫି’ ହ୍ରାସ କରାଯିବ । ସେପ୍ଟେମ୍ବର ୧୦ରେ ହୋଇଥିବା ଏମଓୟୁ ଅନୁଯାୟୀ ଫି’ ଛାଡ଼ ପାଇଁ ଘରୋଇ ସ୍କୁଲ ଗୁଡିକୁ କୁହାଯାଇଛି ।

ବାର୍ଷିକ ୬ ହଜାର ଫି’ ଦେଉଥିବା ଛାତ୍ରଛାତ୍ରୀଙ୍କର କୌଣସି ଛାଡ଼ ହେବ ନାହିଁ । ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ ସ୍କୁଲ ଫି’ କୋହଳ ହେବ । ସେହିପରି ୨୪ ହଜାରରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ଲକ୍ଷେ ଯାଏ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି’ ଥିଲେ ୨୬ ପ୍ରତିଶତ ଫି’ । କୋହଳ କରିବେ ଘରୋଇ ସ୍କୁଲ । ଜାନୁଆରୀ ୭ ତାରିଖରେ ସ୍କୁଲ ଫି ସମ୍ପର୍କିତ ସବୁ ମାମଲାର ପୂର୍ଣଛେଦ ଟାଣିଥିଲେ ଓଡିଶା ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.