ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଶେଷ ଥର ପାଇଁ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଡୋନାଲ୍‌ଡ୍‌ ଟ୍ରମ୍ପ

କେନ୍ୟୁଜ୍(ବ୍ୟୁରୋ):   ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ । ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଶେଷ ଥର ପାଇଁ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଡୋନାଲ୍‌ଡ୍‌ ଟ୍ରମ୍ପ। ପତ୍ନୀ ମେଲାନିଆଙ୍କୁ ସାଙ୍ଗରେ ଧରି ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ । ହ୍ଵାଇଟ୍‌ ହାଉସ୍‌ରୁ ଏକ ହେଲିକପ୍‌ଟର ଯୋଗେ ଯାତ୍ରା କରିଛନ୍ତି । ନିକଟରେ ଥିବା ଏକ ମିଲିଟାରୀ ବେସ୍‌କୁ ଯିବେ । ସେଠାରୁ ସେ ଫ୍ଲୋରିଡା ଗସ୍ତ କରିବେ ।

trump
picture courtesy: Al Jazeera

ବାଇଡେନ୍‌ ଶପଥ ନେବା ବେଳେ ଫ୍ଲୋରିଡାରେ ସେ ତାଙ୍କ ମାର୍‌-ଏ-ଲାଗୋ ରିସର୍ଟରେ ଥିବେ । ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ନଦେବାକୁ ପୂର୍ବରୁ ଘୋଷଣା କରିଥିଲେ ଟ୍ରମ୍ପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.