କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଛି ହିନ୍ଦୁ ମୁସଲିମଙ୍କ ଅପୂର୍ବ ମିଳନ

କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ, ହିନ୍ଦୁଧର୍ମର ଅନ୍ୟ ଏକ ଧାର୍ମିକ ଅନୁଷ୍ଠାନ ଅନୁକୂଳଚନ୍ଦ୍ରଙ୍କ ଏକ ସମ୍ମିଳନୀ କାକଟପୁର ତହସିଲ ପଡିଆରେ ଅନୁଷ୍ଠିତ ହେଉଥିବା ବେଳେ ସେଠାରେ ହିନ୍ଦୁ ଏବଂ ମୁସଲମାନ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଭାରତ ଏକ ସର୍ବଧର୍ମ ସମ୍ମିଳିତ ରାଷ୍ଟ୍ର ଏଠାରେ ସବୁଧର୍ମକୁ ସମାନ ଅଧିକାର ମିଳିଥାଏ । କିନ୍ତୁ ଅନେକ ସମୟରେ ଭାରତ ବର୍ଷରେ ଧର୍ମକୁ ନେଇ ଅନେକ ବିବିଧତା ଦେଖାଦେଇଥାଏ । ଧର୍ମ ନାମରେ ଇତିହାସରେ ଅନେକ ଦଙ୍ଗା, ଗୋଷ୍ଠୀ ସଂଘର୍ଷ ହୋଇଥିବା ଜାଣିବାକୁ ମିଳିଥାଏ । ଅନେକ କଟରପନ୍ଥୀ ଧାର୍ମିକ ମୁଖିଆମାନେ ଧର୍ମକୁ ନେଇ ଅନେକ ବିଭ୍ରାନ୍ତିକର ବୟାନ ଦେଉଥିବା ଦେଖିବାକୁ ମିଳିଥାଏ, ଯାହା ଧାର୍ମିକ ଅସ୍ଥିରତା ସୃଷ୍ଟି କରିଥାଏ । କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ, ହିନ୍ଦୁଧର୍ମର ଅନ୍ୟ ଏକ ଧାର୍ମିକ ଅନୁଷ୍ଠାନ ଅନୁକୂଳଚନ୍ଦ୍ରଙ୍କ ଏକ ସମ୍ମିଳନୀ କାକଟପୁର ତହସିଲ ପଡିଆରେ ଅନୁଷ୍ଠିତ ହେଉଥିବା ବେଳେ ସେଠାରେ ହିନ୍ଦୁ ଏବଂ ମୁସଲମାନ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଏହି ସମ୍ମିଳନୀରେ ଅନେକ ମୁସଲମାନ ଭାଇ ମାନେ ଯୋଗଦେଇ ଅନୁକୂଳଚନ୍ଦ୍ରଙ୍କ ଧାର୍ମିକ ପ୍ରବଚନ ଶୁଣିଥିଲେ ଏବଂ ହିନ୍ଦୁ ଭାଇ ମାନଙ୍କ ସହିତ ପ୍ରସାଦ ସେବାନ ମଧ୍ୟ କରିଥିଲେ । କାକଟପୁର ଅଞ୍ଚଳର ଏକ ହିନ୍ଦୁ ଧାର୍ମିକ ସମ୍ମିଳନୀକୁ ମୁସଲମାନ ସମ୍ପ୍ରଦାୟର ସଙ୍ଗଠନ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇବା ପରେ ମୁସଲମାନ ସମ୍ପ୍ରଦାୟର ଅନେକ ମୁଖିଆମାନେ ଏଠାରେ ଯୋଗଦେଇ ଏକ ଭାଇଚାରାର ନିଦର୍ଶନ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉଭୟ ସମ୍ପ୍ରଦାୟର ମୁଖିଆମାନେ ବେଶ ଆନନ୍ଦ ଅନୁଭବ କରିବା ସହିତ ଏହିଭଳି ଭାଇଚାରା ସାରା ଦେଶରେ ପ୍ରଦର୍ଶନ ହେବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ ।

ଧର୍ମକୁ ନେଇ ଅନେକ ସମୟରେ ହିଂସା, ଅସହିଷ୍ଣୁତା ଓ ରକ୍ତପାତ ଦେଖିବାକୁ ମିଳୁଥିବା ବେଳେ କାକଟପୁରଠାରେ ଆୟୋଜିତ ଠାକୁର ଅନୁକୂଳଚନ୍ଦ୍ରଙ୍କ ଏହି ଧାର୍ମିକ ସମ୍ମିଳନୀରେ ହିନ୍ଦୁ ଏବଂ ମୁସଲମାନ ଉଭୟ ଗୋଷ୍ଠୀଙ୍କ ଭାଇଚାରା ଏବଂ ଉଭୟ ଉଭୟଙ୍କ ଧର୍ମକୁ ସନମାନ ପ୍ରଦର୍ଶନ କରିବାର ଚିତ୍ର ସମାଜକୁ ଏକ ଧାର୍ମିକ ଭାଇଚାରାର ଉଦାହରଣ ସୃଷ୍ଟି କରିଛି । ଏହି ଅବସରରେ ପ୍ରଥମେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଚିତ୍ରପ୍ରତିମାକୁ ଏକ ରଥରେ ବସାଇ କାକଟପୁର ବଜାର ପରିକ୍ରମା କରାଯାଇଥିଲା, ଏଥିରେ ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ କରି ସଭାସ୍ଥଳକୁ ଯାଇଥିଲେ । ସଭା ସ୍ଥଳରେ ସାମୁହିକ କୀର୍ତ୍ତନ କରାଯାଇଥିଲା ଏବଂ ପରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ନୀତିବାଣୀକୁ ପ୍ରବକ୍ତା ମାନେ ଉପସ୍ତାପନ କରିଥିଲେ ।

ଏହି ଅବସରରେ କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଈଶ୍ବର ଏକ ଏବଂ ମଣିଷ ଜାତି ଏକ, ଧର୍ମକୁ ନେଇ କୌଣସି ମତାନ୍ତର କିମ୍ବା ହିଂସା କୌଣସି ଧର୍ମର ଏହା ନୀତିବିରୁଦ୍ଧ ବୋଲି ଉଭୟ ସମ୍ପ୍ରଦାୟର ମୁଖିଆ ମାନେ ଅଭିହିତ କରିଥିଲେ । କୌଣସି ଧର୍ମ ଘୃଣା, ଧାର୍ମିକ ବିବିଧତାକୁ କେବେ ପ୍ରଶୟ ଦେଇନଥାଏ । ସବୁ ଧର୍ମ ମଧ୍ୟରେ ଏହିଭଳି ଭାଇଚାରା ବଜାୟ ରହିଲେ ଭାରତ ଦିନେ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଏକ ବିକଶିତ ରାଷ୍ଟ୍ର ଭାବରେ ସାରା ବିଶ୍ୱରେ ପରିଚିତ ହୋଇପାରିବ ବୋଲି ଉଭୟ ସମ୍ପ୍ରଦାୟର ଲୋକମାନେ ମତପୋଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.