ଶୀତ ଦିନେ ଶରୀରର ମାଲିସ କରି ପାଆନ୍ତୁ ଆରାମ, ଜାଣନ୍ତୁ ନିୟମ

ବୟସ୍କ ଲୋକ ହୁଅନ୍ତୁ କିମ୍ବା ଛୋଟ ପିଲା ହୁଅନ୍ତୁ, ମସାଜ ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ । ଶୀତଦିନେ ଶରୀରରେ ଅଧିକ ଯନ୍ତ୍ରଣା ହୋଇଥାଏ, ଯେଉଁଥିପାଇଁ ମସାଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଆୟୁର୍ବେଦ ଅନୁଯାୟୀ ଶରୀରକୁ ମସାଜ କରିବାର ଅନେକ ଲାଭ ହୋଇଥାଏ । ବୟସ୍କ ଲୋକ ହୁଅନ୍ତୁ କିମ୍ବା ଛୋଟ ପିଲା ହୁଅନ୍ତୁ, ମସାଜ ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ । ଶୀତଦିନେ ଶରୀରରେ ଅଧିକ ଯନ୍ତ୍ରଣା ହୋଇଥାଏ, ଯେଉଁଥିପାଇଁ ମସାଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶରୀରକୁ ଡିଟକ୍ସ କରିବା ଏବଂ ମାଂସପେଶୀକୁ ମଜବୁତ କରିବା ପାଇଁ ମସାଜ ଅତ୍ୟନ୍ତ ଭଲ ହୋଇଥାଏ । ମସାଜ୍ ଉଭୟ ମାଂସପେଶୀ ସ୍ପାମ୍ ଏବଂ ଯନ୍ତ୍ରଣାକୁ କମ କରିଥାଏ । ଏହା ବ୍ୟତୀତ ଆପଣଙ୍କ ଷ୍ଟ୍ରେସ୍‌, ଟେନ୍‌ସନ୍‌ ଏବଂ ଡିପ୍ରେସନ୍‌ ମଧ୍ୟ କମ ହୋଇଥାଏ । ମାଲିସ୍ ଦ୍ୱାରା ଶରୀରର ଥକ୍କାପଣ ମଧ୍ୟ ଦୂର ହୋଇଥାଏ ଏବଂ ନିଦ ମଧ୍ୟ ଭଲ ହୋଇଥାଏ । ଏହା ସହ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା କହିବୁ , ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲଭଦାୟକ ହେବ ।

ଶୀତଦିନେ ଗାଧୋଇବା ପୂର୍ବରୁ ଯଦି ଆପଣ ମାଲିସ୍ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏପରି କରିବା ଦ୍ୱାରା ଥଣ୍ଡା କମ ଅନୁଭବ ହୋଇଥାଏ । ଏହା ଶରୀରକୁ ଡିଟକ୍ସ ମଧ୍ୟ କରିବାରେ ଅନେକ ସାହାଯ୍ୟ କରିଥାଏ ।

ଏହା ସହ ଗାଧୋଇବା ପରେ ଶରୀରକୁ ଘି ଲଗାଇ ମାଲିସ୍ କରନ୍ତୁ । ଗୋଟିଏ ଚାମଚ ଘି ନେଇ ଶରୀରର ବିଭିନ୍ନ ଅଙ୍ଗରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌କୁ ଭଲ ରଖିଥାଏ । ଏହା ବ୍ୟତୀତ ଶରୀର ଭଲ ବାସିବା ସହ ଚେହେରାର ଚମକ ମଧ୍ୟ ବଢିଯାଇଥାଏ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ଯଦି ଶୀତଦିନ ରାତିରେ ମାଲିସ୍ କରିବା ପରେ, ଆପଣ ଆରାମରେ ଉଷୁମ ପାଣିରେ ଗାଧୋଇ ପାରିବେ । ତେବେ ଆପଣ ରାତିରେ ଶରୀରକୁ ଘି ରେ ମାଲିସ୍ କରନ୍ତି । ଏହା ସ୍କିନ୍‌ରେ ଜମା ହୋଇଥାଏ । ଯେଉଁଥିପାଇଁ ଅସୁସ୍ଥ ହେବାର ସମ୍ଭାବନା ଅଧିକ ବଢିଯାଇପାରେ ।

ଗାଧୋଇବାର ଅଧା ଘଣ୍ଟା ପୂର୍ବରୁ ମସାଜ୍ କରନ୍ତୁ ଏବଂ ତାପରେ ଗାଧୋଇ ଯାଆନ୍ତୁ । ଗାଧୋଇବା ପାଇଁ ନରମାଲ ପାଣି ବ୍ୟବହାର କରନ୍ତୁ, ଥଣ୍ଡା ପାଣି ନୁହେଁ । ଯଦି ଆପଣ ନରମାଲ ପାଣିରେ ସ୍ନାନ କରିବେ, ତେବେ ଏହା ସ୍ୱାସ୍ଥ୍ୟ ଅନେକ ପ୍ରକାରର ଲାଭ ଯୋଗାଇ ଥାଏ । ଯାହା ଦ୍ୱାରା ଆପଣଙ୍କ ଶରୀର ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.