ସ୍କୁଲରୁ ଫେରୁଥିବା ବେଳେ ଭାଇ-ଭଉଣୀକୁ ଭୁକିଲା କୁକୁର, ଜୀବନ ବିକଳରେ ଦୌଡିବା ବେଳେ ମାଡିଗଲା ଟ୍ରେନ

କୁକୁର ଯୋଗୁଁ ଚାଲିଗଲା ଦୁଇ ଭାଇ ଭଉଣୀଙ୍କ ଜୀବନ । ଭାଇ ଭଉଣୀ ସ୍କୁଲରୁ ଫେରୁଥିବା ବେଳେ କୁକୁର ଭୁକିବାରୁ ଉଭୟ ଭୟରେ ଦୌଡିଥିଲେ । ସେମାନେ ଦୌଡିବାରୁ ମାଲଗାଡି ସାମ୍ନାକୁ ଚାଲିଯାଇଥିଲେ ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଯୋଧପୁରରେ ଘଟିଛି ଏଭଳି ଘଟଣା ।

ରାଜସ୍ଥାନ ଯୋଧପୁରରେ କୁକୁର ଯୋଗୁଁ ଚାଲିଗଲା ଦୁଇ ଭାଇ ଭଉଣୀଙ୍କ ଜୀବନ । ଭାଇ ଭଉଣୀ ସ୍କୁଲରୁ ଫେରୁଥିବା ବେଳେ କୁକୁର ଭୁକିବାରୁ ଉଭୟ ଭୟରେ ଦୌଡିଥିଲେ । ସେମାନେ ଦୌଡିବାରୁ ମାଲଗାଡି ସାମ୍ନାକୁ ଚାଲିଯାଇଥିଲେ ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ସାରଣ ନଗର ବନାଡ କେଣ୍ଟ ରେଲେଓ୍ଵ ଷ୍ଟେସନ ପାଖରେ ହୋଇଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଆରପି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଭାଇ-ଭଉଣୀ ଉଭୟ ସ୍କୁଲରୁ ଘରକୁ ଫେରୁଥିବା ବେଳେ ପୋଷା କୁକୁର ଭୋକିଥିଲା । ଯେଉଁଥିପାଇଁ ଉଭୟ ଜୀବନ ବିକଳରେ ଦୌଡିଥିଲେ । ସେମାନେ ଭୟରେ ଦୌଡିବା ବେଳେ ରେଳ ଟ୍ରାକକୁ ଚାଲିଯାଇଥିଲେ ଆଉ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଥିଲା । ମୃତ ପିଲାଙ୍କ ବୟସ ୯ ବର୍ଷ ଏବଂ ୧୧ ବର୍ଷ ବୋଲି ଜଣାପଡିଛି ।

ଖବର ପାଇଁ ପୋଲିସ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବୁଲା କୁକୁରଙ୍କୁ ପାଳୁଥିବାରୁ ସେମାନେ ଭୁକିଥିବା ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଭାଇଭଉଣୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି ।

ଉଭୟଙ୍କ ପିତା ଅବସରପ୍ରାପ୍ତ ସେନା ଅଧିକାରୀ । ସେ ଯୋଧପୁରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କ ପୁଅଝିଅ ସେଠାରେ ଥିବା ଆର୍ମି ଚିଲଡ୍ରେନ୍ ସ୍କୁଲରେ ପାଠ ପଢ଼ୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.