ଭିନ୍ନ ଏକ ପ୍ରୟାସ : ଦୁର୍ଘଟଣାରେ ମୃତ ପୁଅଙ୍କ ସ୍ମୃତିରେ ପରିବାର ଲୋକେ ଆୟୋଜନ କଲେ ରକ୍ତଦାନ ଶିବିର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦୁର୍ଘଟଣାର ଏକମାତ୍ର ପୁଅଙ୍କ ମୃତ୍ୟୁକୁ ତିନି ମାସ ପୂରି ଯାଇଛି । ଆଖିର ଲୁହ ଓ ମନର କୋହକୁ ଚାପି ରଖି ଦୁଇ ପରିବାର ଲୋକେ ଆୟୋଜନ କରିଛନ୍ତି ରକ୍ତଦାନ ଶିବିର । ଆଜି ଭୁବନେଶ୍ୱର ସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟରେ ଦୁଇଟି ପୁତ୍ରହରା ପରିବାର ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୭୦ ଜଣ ବ୍ୟକ୍ତ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ ।
ଗତ ମେ ୨୫ ତାରିଖରେ ବରମୁଣ୍ଡା ଫ୍ଲାଇଓଭର୍‌ରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଦୁଇଜଣ ଛାତ୍ର ଗିରିଜା ଶଙ୍କର ବାଗ ଏବଂ ଚନ୍ଦ୍ରାଂଶୁ ପତିମିଶ୍ରଙ୍କର ମୃତ୍ୟୁ ଘଟିଥିଲା । ସେହି ଦୁଇ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

IMAGE-5

ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହନ ଦେଇ ଏକ ମର୍ଯ୍ୟାଦାଜନକସ୍ତରରେ ପହଞ୍ଚାଇଥିବା ଆମ ଓଡ଼ିଶା ସହଯୋଗରେ ଏହି ରକ୍ତଦାନ ଶିବିର କରାଯାଇଥିଲା । ଏଥିରେ ସଂସ୍ଥାର ମୁଖ୍ୟ ସ୍ୱରାଜ ମିଶ୍ରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି, ଦୁଇ ପରିବାରର ପିତାମାତା, ସମ୍ପର୍କୀୟ, ବନ୍ଧୁ ଏବଂ ସ୍ୱର୍ଗତ ଛାତ୍ରଙ୍କ ସହପାଠୀମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ଗିରିଜା ଶଙ୍କରଙ୍କ ମା ଅମୀୟବାଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଣ୍ଡିପ୍ରସାଦ ଫାଉଣ୍ଡେସନ୍‌ ଟ୍ରଷ୍ଟ ତରଫରୁ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା ।

IMAGE-7

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.