ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ଓ ଡାଟା ଏଣ୍ଟ୍ରି ଅପରେଟର, ମେଡ଼ିସିନ ଷ୍ଟୋରର ମ୍ୟାନେଜରଙ୍କ ଠାରୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ଓ ଡାଟା ଏଣ୍ଟ୍ରି ଅପରେଟର । ଜଣେ ମେଡ଼ିସିନ ଷ୍ଟୋରର ମ୍ୟାନେଜରଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ରେଞ୍ଜ -୧ର ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର ପ୍ରେମାଞ୍ଜନ ସ୍ବାଇଁଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ ।

ସୂଚନା ଅନୂଯାୟୀ ମେଡିସିନ ଦୋକାନର ସାଇଟ୍ ବଦଳାଇବା ପାଇଁ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଇଥିବା ୨୫ ହଜାର ଟଙ୍କାକୁ ଜବତ କଲା ଭିଜିଲାନ୍ସ । ଏଥିସହିତ ଉଭୟଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରୀ । ବ୍ରହ୍ମପୁର ଗଜପତି ନଗର ୧୦ ଲାଇନରେ ରହିଥିବା ଜୟନ୍ତ କୁମାର ମଲ୍ଲିକଙ୍କ ଭଡ଼ା ଘରେ ଚଢ଼ାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.