ଅଶୁଭ ଶନିବାର, ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇଛି ୮ ଜୀବନ

ଅଶୁଭ ଶନିବାର । ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇଛି ୮ ଜୀବନ । କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ସାଲେପୁରରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଅଶୁଭ ଶନିବାର । ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇଛି ୮ ଜୀବନ । କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ସାଲେପୁରରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତିଗିରିଆରେ ବିବାହ ଭୋଜି ଖାଇ ଫେରିବା ବାଟରେ ଦୁର୍ଘଟଣା ନେଇଛି ୪ ସାଙ୍ଗଙ୍କ ଜୀବନ । ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଘର କାନ୍ଥରେ ପିଟି ହୋଇଥିଲା କାର୍ । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା ।

ସେହିପରି ସାଲେପୁର କଟକ ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ଦୁର୍ଘଟଣା ନେଇଛି ୨ ଜଣଙ୍କର ଜୀବନ । କେନ୍ଦ୍ରାପଡ଼ାରୁ ଆସୁଥିବା ଯାତ୍ରୀବାହୀ ବସ୍ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବିଲରେ ପଶି ଯାଇଛି ବସ୍ ।

ଅନ୍ୟପଟେ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବେଗୁନିଆରେ ହାଇୱେ-ଟ୍ରକ ଧକ୍କାରେ ଜଣଙ୍କ ଜୀବନ ଯାଇଛି । ମୟୂରଭଞ୍ଜ ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ତାଟ ନିକଟରେ ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବସ୍ । ଦୁର୍ଘଟଣାରେ ୨ ଜଣ ଗୁରୁତର ଓ ୧୦ରୁ ଅଧିକ ଆହତ ହୋଇଛନ୍ତି । ଖରାପ ପାଗ ଓ ପ୍ରବଳ କୁହୁଡି ପାଇଁ ଏସବୁ ଦୁର୍ଘଟଣା ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.