Below header

୧୫ ଦିନ ପର୍ଯ୍ୟନ୍ତ ଚିନି ନଖାଇଲେ କ’ଣ ହେବ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଅଧିକ ମିଠା ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏଭଳି ପରିସ୍ଥିତିରେ ଅନେକ ଲୋକ ମିଠା ଛାଡିବାକୁ ଚିନ୍ତା କରନ୍ତି । ତେବେ ଆପଣ କେବେ ଭାବିଛନ୍ତି କି ଯଦି ଆମେ କିଛି ଦିନ ପାଇଁ ଚିନି ଖାଇବା ବନ୍ଦ କରିଦେବା, ତେବେ ଏହା ଆମ ଶରୀର ଉପରେ କି ପ୍ରଭାବ ପକାଇବ ? ତାହେଲେ ଆସନ୍ତୁ ଜାଣିବା ଯେ ବିଶେଷଜ୍ଞଙ୍କମାନେ ଏହାକୁ ନେଇ କ’ଣ କହୁଛନ୍ତି ।

ସମସ୍ତ ଲୋକ ମିଠା ଖାଦ୍ୟ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି । ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଗୁଡ଼, ଚିନି କିମ୍ବା ମିଠା ଖାଇବାକୁ ପସନ୍ଦ କରନ୍ତି । ଅନେକ ଲୋକ ଚା କିମ୍ବା କଫିରେ ଅଧିକ ଚିନି ମିଶାଇ ପିଇବାକୁ ପସନ୍ଦ କରନ୍ତି । ଯେତେବେଳେ ଘରେ ହାଲୱା କିମ୍ବା ମିଠା ତିଆରି ହୁଏ, ସେଥିରେ ବହୁତ ଚିନି ମିଶାଯାଏ । ତେବେ ଏହା ଜାଣିବା ସତ୍ତ୍ୱେ ମଧ୍ୟ ଚିନିର ଅତ୍ୟଧିକ ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଆମେ ଅଧିକ ଚିନି ଖାଦ୍ୟରେ ବ୍ୟବହାର କରିଥାଉ ।

ଏଭଳି ପରିସ୍ଥିତିରେ ଅନେକ ଥର ଲୋକମାନେ ମିଠା ଛାଡିବା କିମ୍ବା ପ୍ରତିଦିନ ପିଉଥିବା ଚା’ରେ ଚିନି ପରିମାଣ କମ କରିବା ବିଷୟରେ ଚିନ୍ତା କରନ୍ତି । କିନ୍ତୁ ଲୋକମାନେ ବହୁତ ଚେଷ୍ଟା କରିବା ପାରେ ମଧ୍ୟ ଏହି ଅଭ୍ୟସ ଛାଡି ପାରୁନାହାଁନ୍ତି । ଯାହା ଫଳରେ ଚା ’ତିଆରି କରିବା ସମୟରେ ସେ ପୂର୍ବ ଅପେକ୍ଷା ଅଧିକ ଚିନି ମିଶାଇ ଦିଅନ୍ତି । କିନ୍ତୁ ଅନେକ ଲୋକ ଏପରି ଅଛିନ୍ତି ଯିଏ ଚିନି ଖାଇବା ପୂରା ବନ୍ଧ କରିଦିଅନ୍ତି ।

ତେବେ ଆପଣ କେବେ ଭାବିଛନ୍ତି କି ଯଦି ଆମେ ୧୫ ଦିନ ପର୍ଯ୍ୟନ୍ତ ଚିନି ଖାଇବା ବନ୍ଦ କରିଦେବେ, ତେବେ ଏହା ଶରୀର ଉପରେ କ’ଣ ପ୍ରଭାବ ପକାଇବ ? ତାହେଲେ ଆସନ୍ତୁ ଜାଣିବା ଯେ ଏହାକୁ ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି ।

ସୂଚନା ବୁତାବକ, ଚିନି ଛାଡିବାର ଅନେକ ଲାଭ ରହିଛି । ଏହା ଓଜନକୁ ନିୟନ୍ତ୍ରଣ କରିଥାଏ ଏବଂ ମେଟାବୋଲିଜିମ୍ ମଧ୍ୟ ଉନ୍ନତ କରିଥାଏ । ଚିନି ଛାଡିବା ଦାନ୍ତ ପାଇଁ ଅତ୍ୟାନ୍ତ ଭଲ ହୋଇଥାଏ ଏବଂ ମିଠା ଦ୍ୱାରା ହେଉଥିବା ରୋଗକୁ ରୋକିଥାଏ, ଯଦିଓ ଏହାକୁ ଡକ୍ତରମାନେ କହିଛନ୍ତି ଯେ ଆମେ ଅଧିକ ସମୟ ପର୍ଯ୍ୟନ୍ତ ଚିନି ଖାଇବା ବନ୍ଦ କରିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟରେ ଅନ୍ୟ କିଛି ସମସ୍ୟା ମଧ୍ୟ ହୋଇପାରେ ।

ତେଣୁ କେବଳ ସୀମିତ ପରିମାଣରେ ଚିନି ଖାଇବା ଭଲ ହୋଇଥାଏ । ଯଦି ଆପଣ ଏହାକୁ ଅଧିକ କିମ୍ବା କମ୍ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇପାରେ । ତେଣୁ ଆପଣ ଏହାକୁ କେବଳ ସେହି ପରିମାଣରେ ଖାଇବା ଉଚିତ୍ ଯାହା ଆପଣଙ୍କ ଶରୀରର ଗଠନ ଏବଂ ବୟସ ଅନୁଯାୟୀ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ । ଯେପରି ଆଗକୁ ଯାଇ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.