Below header

ତୈଳ ତାତି, ଦରରେ ଲାଗୁନି ବ୍ରେକ୍ : ପ୍ରତିବାଦରେ ଆଜି କଂଗ୍ରେସର ଭାରତ ବନ୍ଦ

ଭୁବନେଶ୍ୱର (କେନ୍ଯୁଜ୍) : ତୈଳ ତାତି । ଦରରେ ଲାଗୁନି ବ୍ରେକ୍ । ପ୍ରତିବାଦରେ ଆଜି କଂଗ୍ରେସର ଭାରତ ବନ୍ଦ । ୯ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ । ରାଜ୍ୟରେ ପଡ଼ିଛି ବନ୍ଦ ପ୍ରଭାବ । ସକାଳ ୬ଟାରୁ କଂଗ୍ରେସ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ କଲେଜ । ଗାଡିମୋଟର ଚଳାଚଳ ବି ବନ୍ଦ ରହିଛି । ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡାରୁ ବସ୍ ଚଳାଚଳ ଠପ୍ ହୋଇଯାଇଛି। ସେହିପରି ଷ୍ଟେସନରେ ମଧ୍ୟ ଟ୍ରେନ୍ ଅଟକି ରହିଛି। ଫଳରେ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଅଟକି ରହିଛନ୍ତି । ଗାଡ଼ି ମୋଟର ଚାଲୁ ନଥିବାରୁ ବେଶ ହଇରାଣ ହେଉଛନ୍ତି ସାଧାରଣ ଲୋକ । ସକାଳ ୬ରୁ ୩ଟା ପର୍ଯ୍ୟନ୍ତ ୯ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ବନ୍ଦ ପାଳନକୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ବାମଦଳ ବି ରାଜ୍ୟରେ ବନ୍ଦ ଡାକରା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.