ନୟାଗଡ଼: ଲୋକାର୍ପିତ ହେଲା ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଟାଙ୍ଗି (କେନ୍ୟୁଜ): ଲୋକାର୍ପିତ ହେଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡି ହସ୍ପିଟାଲ। ଜିଲ୍ଲାପାଳ ପୋମା ଟୁଡୁ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହୋଇପାରିବେ। ଏଥିସହ ହସ୍ପିଟାଲରେ ୧୩ ଜଣ ଡାକ୍ତର ସହ ପର୍ଯ୍ୟାପ୍ତ ପରିମାଣ ର ନର୍ସ ଓ ଟେକ୍ନିକାଲ କର୍ମଚାରୀ ରହିବେ। ଏହାସହ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରଖାଯାଇଛି । ଏହି ହସ୍ପିଟାଲ ଟି ଦୁଇ ଶହ ଶଯ୍ୟା ବିଶିଷ୍ଟ କ୍ଷମତା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାକୁ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଆରମ୍ଭ କରାଯାଇଛି ।

covid hoapital

ଏଠାରେ ଜିଲ୍ଲାର ସନ୍ଦିଗ୍ଧ କରୋନା ରୋଗୀ କିମ୍ବା କୌଣସି କରୋନା ପଜିଟିଭ୍ ରୋଗୀ ମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ବେଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସମିଟ ଜରିଆରେ କୁହାଯାଇଛି । ଏହି ଲୋକାର୍ପିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ଵତ ମହାପାତ୍ର, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଚାନ୍ଦପୁର କୋଭିଡ ହସ୍ପିଟାଲର ମୁଖ୍ୟ ଚିକତ୍ସାଧିକାରୀ ବି. ସୁରିୟା ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.