ପ୍ରଶାସନ ପକ୍ଷରୁ ସମସ୍ତ କଟକଣା ଉଠିଗଲା, କିନ୍ତୁ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ ବାରିପଦାବାସୀ ନିଜେ କଲେ ଦୋକାନ ବଜାର ସଟ୍ଡାଉନ

ବାରିପଦା(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବେକାବୁ ହେବାକୁ ଲାଗିଛି କରୋନା । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ବାରିପଦା ପୌରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଯେତେବେଳେ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ କଟକଣା ଉଠିଯାଇଛି ସେହି ସମୟରେ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ ବାରିପଦାବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ସଟ୍ଡାଉନ ।
୭ ଦିନ ପାଇଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ ଓ ବିଭିନ୍ନ ସଂଗଠନ । ସ୍ବତଃପ୍ରବୃତ୍ତ ଭାବେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଶୂନଶାନ ହୋଇଛି ରାସ୍ତାଘାଟ । ପ୍ରଥମ ଥର ପାଇଁ ସଟ୍ଡାଉନରେ ନା ଅଛି ପୋଲିସର କଟକଣା ନା ଅଛି ପ୍ରଶାସନର ତାଗିଦ୍ । ନିଜକୁ ସୁରକ୍ଷିତ ରଖିବାର ପ୍ରୟାସ କରିଛନ୍ତି ବାରିପଦା ବାସୀ । ଜିଲ୍ଲାରେ ୭୫୦୬ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୬୨୧୦ ଜଣ ସୁସ୍ଥ ମଧ୍ୟ ହୋଇ ସାରିଲେଣି । ଏକ୍ଟିଭ୍ କେସ୍ ରହିଛି ୧୨୭୨ । ୨୧ ଜଣ ମୃତ୍ୟୁବରଣ କରିଥିବା ସରକାରୀ ଭାବେ ଘୋଷଣା ହୋଇ ସାରିଛି ।