ବାଲେଶ୍ଵର ବାଲିସାହି ଗ୍ରାମରେ ଅମାନୁଷିକ ଘଟଣା: ମଣିଷ ପାଲଟିଲା ରାକ୍ଷସ, ଷଣ୍ଢର ମଳଦ୍ଵାର ଭିତରୁ ବାହାରିଲା ୩ ଫୁଟ ଲମ୍ବର ବାଉଁଶ ଲାଠି

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ସିଂଲା  ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଏକ ଅଭାବନୀୟ ଏବଂ ଅମାନୁଷିକ  ଘଟଣା ଦେଖିବାକୁ ମିଳିଛି। ସତରେ ଯେମିତି ମଣିଷ ସମାଜ ଆଜି ରାକ୍ଷସ ପାଲଟି ଯାଇଛି। ଗୋଟିଏ ଷଣ୍ଢର ମଳଦ୍ଵାର ଭିତରେ କେହି ଜଣେ ଅବିବେକି ଲୋକ ୩ ଫୁଟ ଲମ୍ବର ଗୋଟିଏ ଅଛଡା ବାଉଁଶ ଲାଠି ଭର୍ତ୍ତି କରିଦେଇଥିବାରୁ ଷଣ୍ଢଟି ଚିତ୍କାର କରିବା ସହ ଅସହ୍ୟ ଯନ୍ତ୍ରଣାରେ ଛଟପଟ  ହେଉଥିବାର ଦେଖିବାକୁ ମିଳିଛି । ଏମିତିକି ତା ମଳଦ୍ଵାର ଦେଇ ପ୍ରଚୁର ରକ୍ତ ଶ୍ରାବ ମଧ୍ୟ  ହେଉଥିଲା।

ଷଣ୍ଢ ଟିକୁ ଏପରି ଅବସ୍ଥା ଦେଖି ଗ୍ରାମର କିଛି ଯୁବକ ମଳଦ୍ଵାରରେ ପଶିରହିଥିବା ଲାଠିଟିକୁ ବାହାର କରିବା କୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ, ଏହାପରେ ଗ୍ରାମବାସୀ ମାନେ ସ୍ଥାନୀୟ ଅଞ୍ଚଳର ଜଣେ ଭେଟନାରୀ ଡାକ୍ତରଙ୍କୁ ଡକାଇ ଥିଲେ। ଡାକ୍ତର ଜଣକ ବହୁ କଷ୍ଟରେ ଲାଠିଟିକୁ ବାହାର କରିଥିଲେ। ଷଣ୍ଢ ଟିର ମଳଦ୍ଵାର  ଭିତରୁ ଗୋଟିଏ  ୩ ଫୁଟ ଲମ୍ବର ବାଉଁଶ ଲାଠୀ ଏବଂ ଆଉ  ଗୋଟିଏ  ଦୁଇ ଫୁଟ ଲମ୍ବର ବାଡି ପେଟ ଭିତରୁ ମଧ୍ୟ  ବାହାର କରିଥିଲେ। ଲାଠିଟି ବାହାର କରିବା ସମୟରେ ଷଣ୍ଢ ଟିର ମଳଦ୍ଵାର ଏବଂ  ପେଟ ଭିତରେ ଗଭିର ଆଘାତ ଲାଗିଥିବା ଡାକ୍ତର ଜଣକ କହିଛନ୍ତି । ତେବେ ଏଭଳି ଅମାନୁଷିକ କର୍ଯ୍ଯକୁ ସ୍ଥାନୀୟ ଅଞ୍ଚଳର ଲୋକେ ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.