ନୂଆପଡା: ସୁନାବେଡା ଅଭୟାରଣ୍ୟ କଟିଂପାଣି ଗାଁରେ ଆହତ ଅବସ୍ଥାରେ ନୀଳ ଗାଈ ଉଦ୍ଧାର

ନୂଆପଡା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ କଟିଂପାଣି ଗାଁଠାରେ ଆଜି ବନ୍ୟପ୍ରାଣୀ ବିଭାଗ ତରଫରୁ ଆହତ ଅବସ୍ଥାରେ ଏକ ନୀଳ ଗାଈ ଉଦ୍ଧାର କରାଯାଇଛି । ଉକ୍ତ ନୀଳ ଗାଈର ଡାହାଣ ଗୋଡରେ ମାଡ ହୋଇଛି ।

ଏନେଇ ଜାଣିବା ପରେ ସୁନାବେଡା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଚିକିତ୍ସା କରିଛନ୍ତି । ଏବେ ଆହତ ନୀଳ ଗାଈର ସ୍ୱାସ୍ଥ୍ୟ ଅବସ୍ଥା ଠିକଥିବା ସୁନାବେଡା ବନ୍ୟପ୍ରାଣୀ ବିଭାଗ ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.