ଜାଲରେ ଚାରି ଦିନ ହେବ ଫଶି ରହିଥିବା ଆହତ ନାଗ ଉଦ୍ଧାର

କାକଟପୁର(କେନ୍ୟୁଜ୍): ଜାଲରେ ପ୍ରାୟ ଚାରି ଦିନ ହେବ ଫଶି ରହିଥିବା ଏକ ଆହତ ନାଗ ସାପ ଉଦ୍ଧାର। ସାପଟିକୁ ହେଲ୍ପ ଇଣ୍ଡିଆ ଆନିମଲ ଆଣ୍ଡ ସ୍ନେକ ରେସ୍କୁ ସଦଶ୍ୟ ବ୍ରଜ କିଶୋର ସାହୁ ଉଦ୍ଧାର କରିଛନ୍ତି। ଅସ୍ତରଙ୍ଗ ନିକଟ ଝାରିଆ ଗ୍ରାମର ଅଜିତ ପୋଲେଇଙ୍କ ବାଡିରେ ବିଛା ଯାଇଥିବା ଜାଲରେ ନାଗ ସାପଟି ପଡିଯାଇଥିଲା ।

ଜାଲରେ ଛନ୍ଦି ହୋଇ ପ୍ରାୟ ଚାରି ଦିନ ରହିବା ପରେ ଅଜିତ, ବ୍ରଜକିଶୋର ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ବ୍ରଜକିଶୋର ଘଟଣାସ୍ଥଳରେ ପହଞ୍ଚି ଜାଲକୁ କଇଁଚିରେ କାଟି ସାପଟିକୁ ବାହାର କରିଥିଲେ।  ସାପଟି ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସାପଟିକୁ ଚିକିତ୍ସା କରାଯାଇ ଜଙ୍ଗଲ ଭିତରେ ଛଡା ଯିବ ବୋଲି ବ୍ରଜକିଶୋର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.