ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଧଉଳି ଏକ୍ସପ୍ରେସ, ବ୍ରେକରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି ବାହାରିଲା ଧୁଆଁ
ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଧଉଳି ଏକ୍ସପ୍ରେସ। ପୁରୀ- ହାଓଡ଼ା ଧଉଳି ଏକ୍ସପ୍ରେସ ହାଓଡ଼ାରୁ ଆସୁଥିବା ବେଳେ ସୋର ଷ୍ଟେସନ ଠାରେ D1 ବଗିରେ ନିଆଁ ଲାଗିଥିବା ଦେଖାଯାଇଥିଲା। ଟ୍ରେନର ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଧୁଆଁ ବାହାରୁଥିବା ଜଣାପଡ଼ିଥିଲା । ନିଆଁ ଲିଭାଇବାକୁ ଷ୍ଟେସନ କର୍ମଚାରୀ ଓ ଜିଆର୍ପି ଉଦ୍ୟମ କରିଥିଲେ।