ବିଗୁଡୁଛି ବଳିଆର ସ୍ୱାସ୍ଥ୍ୟାବସ୍ଥା, ୧୫ ଦିନ ହେଲାଣି ଜ୍ୱର ହେଉଛି ଓ ଗୋଡ଼ ହାତ ଥରୁଛି

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା ମିଳିଛି । ତାକୁ ୧୫ ଦିନ ହେଲାଣି ଜ୍ୱର ହେଉଛି । ଗୋଡ଼ ହାତ ଥରୁଛି । କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆ ଏବେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କୁ କଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ୨୦୧୭ ମସିହାରେ ଦିଲ୍ଲୀ ଏମସରେ ଅସ୍ତ୍ରୋପଚାରରେ କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅଲଗା କରାଯାଇଥିଲା । ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ । ଅପରେସନ୍‌ ପରେ ଜଗା ବଳିଆଙ୍କୁ ଏମସ୍‌ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ସିଫ୍ଟ କରାଯାଇଥିଲା । ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.