Below header

ବେକରେ ପଶିଗଲା ରଡ, ଦୁଇଘଣ୍ଟା ଧରି ହସପିଟାଲ ବେଡରେ ଛଟପଟ ହେଉଛି ୪ବର୍ଷର ଶିଶୁ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଏମକେସିଜିରେ ଅଭାବନୀୟ ଦୃଶ୍ୟ। ଦୁଇଘଣ୍ଟା ଧରି ହସପିଟାଲ ବେଡରେ ଛଟପଟ ହେଉଛି ୪ବର୍ଷର ଶିଶୁ। ବେକରେ ପଶିଛି ରଡ। ହେଲେ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରିବାକୁ ଆସୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଖଲିକୋଟ ବ୍ଲକ ଖଣ୍ଡଦେଉଳି ଗାଁର ଯାଜ୍ଞସେନୀ ଗୌଡ଼ଙ୍କ ୪ବର୍ଷର ଶିଶୁ ଖେଳୁଥିବା ବେଳେ ବେକରେ ରଡ଼ ପଶିଯାଇଥିଲା।

ଶିଶୁକୁ ନେଇ ସାଙ୍ଗେ ସାଙ୍ଗେ ଏମକେସିଜି ଆସିଥିଲେ ମଧ୍ୟ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ସାମ୍ବାଦିକଙ୍କ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ଶିଶୁର ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.