ଲକଡାଉନରେ ରାଜପାଲ ଯାଦବ କଲେ ଚାଷ, କ୍ଷେତରେ ଟ୍ରାକ୍ଟର ଚଲାଉଥିବା ଆସିଲେ ନଜର

ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ଫିଲ୍ମରେ ନିଜର ଜବରଦସ୍ତ କମେଡି ପାଇଁ ଲୋକଙ୍କ ମନରେ ଏକ ଖାସ୍‌ ସ୍ଥାନ ନେଇପାରିଛନ୍ତି। ଲୋକେ ତାଙ୍କର କମେଡିକୁ ଏତେ ପସନ୍ଦ କରନ୍ତି ଯେ ପ୍ରାୟ ସମୟରେ ତାଙ୍କ କେମଡି ଭିଡିଓ କ୍ଲିପକୁ ସେୟାର କରନ୍ତି। ତେବେ ଏବେ କିନ୍ତୁ ଅଭିନେତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ରାଜପାଲ ଯାଦବ ବର୍ତ୍ତମାନର କରୋନା କାଳରେ ନିଜ ଗାଁରେ ଅଛନ୍ତି।


ତେବେ ରାଜପାଲ ଯାଦବ ଏବେ ତାଙ୍କର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ସେ ଖେତରେ ଟ୍ରାକ୍ଟର ଚଲାଉଥିବା ଦେଖାଯାଉଛି। ତେବେ ଏହା ପୂର୍ବରୁ କିନ୍ତୁ ସଲମାନ ଏବଂ ଅନ୍ୟ କେତେକ କଳାକାର ମଧ୍ୟ ଲକଡାଉନ ସମୟରେ କ୍ଷେତରେ ଚାଷ କରୁଥିବା ଦେଖିବାକୁ ମିଳୁଛି।


ତେବେ ଏହାପୂର୍ବରୁ ବି ରାଜପାଳ ଯାଦବ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ପାଣି ପମ୍ପ ତଳେ ଗାଧୋଉଥିବାର ଦେଖିବାକୁ ମିଳୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଜପାଲ ମୁମ୍ବାଇରେ ନିଜର ଭାଗ୍ୟ ଖୋଲିବାକୁ ୧୯୯୭ରେ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.