Below header

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୁରୀରେ ଲାଗିରହିଛି ଝିପିଝିପି ବର୍ଷା, ଭିଜୁଛନ୍ତି ଭକ୍ତ

ପୁରୀରେ ବର୍ଷା । ବର୍ଷାରେ ଭିଜିଲେ ଭକ୍ତ । ଏହା ଶୁଭ ଲକ୍ଷଣ ବୋଲି କହିଲେ ଭକ୍ତ ।

ପୁରୀ (କେନ୍ୟୁଜ): ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବନିୟନ୍ତା । ଅପାର ତାଙ୍କ ମହିମା। ସେ ଭକତ ଡୋରିରେ ବନ୍ଧା । ସେ ବଡ଼ ଠାକୁର, ତାଙ୍କରି ହୃଦୟ ଭଳି ତାଙ୍କର ସବୁ କିଛି ବିଶାଳ । ତେବେ ଶ୍ରୀ ଜଗନ୍ନାଥଙ୍କ ମହିମା ସମ୍ପର୍କରେ ସାରା ବିଶ୍ୱ ଜ୍ଞାତ । ଶ୍ରୀକ୍ଷେତ୍ରର ପ୍ରତ୍ୟେକ ଅଂଶରେ ରହିଛି ଆଧ୍ୟତ୍ମିକତାର ଅଲୌକିକ ଶକ୍ତି । ଶ୍ରୀ ଜଗନ୍ନାଥ ବେଳେ ବେଳେ ଏମିତି ଲୀଳା କରନ୍ତି ଯାହାକୁ ବୁଝିବା ମନୁଷ୍ୟ ପକ୍ଷରେ ଅସମ୍ଭବ । ବିଗତ ଦିନରେ ପୁରୀରେ ଏପରି ବହୁ ଅଲୌକିକ ଘଟଣା ଘଟିଯାଇଛି ।

ତେବେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ଯଜ୍ଞସ୍ଥଳରୁ ଭାସି ଆସୁଛି ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ। ଭଜନ କୀର୍ତ୍ତନରେ ଚଉଦିଗ କମ୍ପୁଛି । ଶ୍ରୀକ୍ଷେତ୍ର ମାଟିରୁ ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଏହି ପରିକ୍ରମ ପ୍ରକଳ୍ପ ଲୋକାର୍ପଣ ପାଇଁ ଚଳଚଞ୍ଚଳ ଉଠିଛି ଶ୍ରୀକ୍ଷେତ୍ର । ଏହି ଅବସରରେ ପୁରୀରେଦେଖିବାକୁ ମିଳିଛି ବର୍ଷା । ବର୍ଷାରେ ଭିଜୁଛନ୍ତି ଭକ୍ତ । ତେବେ ଏହା ଏକ ଶୁଭ ଲକ୍ଷଣ ବୋଲି କହିଛନ୍ତି ଭକ୍ତ । ଏପଟେ ପୂର୍ବଳି ତରଙ୍ଗାୟିତ ବାୟୁ ପ୍ରଭାବରେ ପୁରୀରେ ଲାଗି ରହିଛି ଏହି ଝିପିଝିପି ବର୍ଷା । ଏନେଇ ସୂଚନା ଦେଇଛନ୍ତି ଉମାଙ୍କର ଦାସ । ଏହାସହ, ଆଗାମୀ ଦୁଇ ଘଣ୍ଟାରେ ପୁରୀ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଛି ।

ଏହି ଝିପି ଝିପି ବର୍ଷା ଭିତରେ ଚାଲିଛି ନୀତିକାନ୍ତି । ସକାଳ ସାଢ଼େ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ ପ୍ରଦିକ୍ଷଣ ହେବ । ଅପରାହ୍ଣ ଗୋଟାଏ୧୫ ରୁ ଗୋଟାଏ ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ । ଅପରାହ୍ଣ ଗୋଟାଏ ୩୦ ରୁ ୨ ଟା ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୂତି , ଆଳତି ଓ ପୁଷ୍ପାଞ୍ଜଳି ଦିଆଯିବ । ଏହାପରେ ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ ହୋଇ ସମ୍ବର୍ଦ୍ଧନା ଉତ୍ସାହ ଅନୁଷ୍ଠିତ ହେବ

।ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବାହାର ରାଜ୍ୟରୁ ଅତିଥିମାନେ ଆସି ପହଞ୍ଚି ସାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିମନ୍ତ୍ରିତ ଅତିଥି ଓ ଭିଭିଆଇପି ଶ୍ରୀମାର୍ଗ ଦେଇ ଆସିବେ। ଉତ୍ତର ପାର୍ଶ୍ଵ ମଠ ଅଡିଟୋରିୟମରେ ୯୦୦ ଅତିଥିଙ୍କ ବସିବା ତଥା ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ବିଦେଶରୁ ୨୦-୨୫ ପ୍ରତିନିଧିଙ୍କ ସହ ରାଜ୍ୟ ବାହାରୁ ୬୦ ମନ୍ଦିର ଓ ରାଜ୍ୟ ଭିତରର ୩୦ ମନ୍ଦିରରେ ପୂଜକ ଓ କର୍ମକର୍ତ୍ତା ଯୋଗ ଦେବେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ବ୍ଲାଙ୍କେଡ୍ ସିକ୍ୟୁରିଟିରେ ଅଛନ୍ତି ପୁରା ପୁରୀ ସହର । ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.