ପାକିସ୍ତାନକୁ ଇରାନର କ୍ଷେପଣାସ୍ତ୍ର ମାଡ଼, ବେଲୁଚି ଆତଙ୍କବାଦୀ ସଂଗଠନର ୩ ଆଡ଼ା ଧ୍ବସ୍ତ

ପାକିସ୍ତାନରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ । ଆତଙ୍କବାଦୀ ଆଡ୍ଡା ଉପରେ ଜୋରଦାର ହମଲା । ମିସାଇଲ୍ ଓ ଡ୍ରୋନରୁ ଘନଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ । ଇରାନ-ପାକିସ୍ତାନ ସୀମାରେ ବେଲୁଚି ବିଦ୍ରୋହୀ ସଙ୍ଗଠନ ତଥା ସୁନ୍ନି ଆତଙ୍କବାଦୀ ସଙ୍ଗଠନ ଜୈସ-ଅଲ-ଅଦଲକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ୍ । ଏଥିରେ ଆତଙ୍କବାଦୀଙ୍କ ୩ଟି ଆଡ଼ା ଧ୍ବଂସ୍ତ ହୋଇଥିବା ଇରାନ ସରକାରଙ୍କ ପରିଚାଳିତ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ।

ପାକିସ୍ତାନରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ । ଆତଙ୍କବାଦୀ ଆଡ୍ଡା ଉପରେ ଜୋରଦାର ହମଲା । ମିସାଇଲ୍ ଓ ଡ୍ରୋନରୁ ଘନଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ । ଇରାନ-ପାକିସ୍ତାନ ସୀମାରେ ବେଲୁଚି ବିଦ୍ରୋହୀ ସଙ୍ଗଠନ ତଥା ସୁନ୍ନି ଆତଙ୍କବାଦୀ ସଙ୍ଗଠନ ଜୈସ-ଅଲ-ଅଦଲକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ୍ । ଏଥିରେ ଆତଙ୍କବାଦୀଙ୍କ ୩ଟି ଆଡ଼ା ଧ୍ବଂସ୍ତ ହୋଇଥିବା ଇରାନ ସରକାରଙ୍କ ପରିଚାଳିତ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି । ଇରାନର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରୁଥିବାରୁ ମିସାଇଲ୍ ମାଡ଼ ହୋଇଛି । ଅନ୍ୟପଟେ ଆକ୍ରମଣକୁ ମାନିଛି ପାକିସ୍ତାନ । ଏଥିରେ ଦୁଇ ଜଣ ନିରୀହ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଇରାନକୁ ଚେତାବନୀ ଦେଇଛି ।

ପାକିସ୍ତାନର ସାର୍ବଭୌମତ୍ତ୍ବ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ଓ ଏହାର ଗୁରୁତର ପରିଣାମ ମଧ୍ୟ ହୋଇପାରେ ବୋଲି କହିଛି । ଜୈସ-ଅଲ୍-ଅଦଲ୍ ଓ ଅନ୍ୟ ଏକ ଆତଙ୍କୀ ଗୋଷ୍ଠୀକୁ ଟାର୍ଗେଟ କରି ଇରାନ ଯେଭଳି କ୍ଷେପଣାସ୍ତ୍ର ମାଡ଼ କରିଛି ତାହା ପାକିସ୍ତାନ ସରକାର ଓ ସେନା ପାଇଁ ବିରାଟ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଛି। ଇରାନ ଏହି ଆକ୍ରମଣରେ କ୍ଷେପମାସ୍ତ୍ର ଓ ଡ୍ରୋନ ବ୍ୟବହାର କରି ପରମାଣୁ ଶକ୍ତି ସମ୍ପନ୍ନ ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ୨୦୧୨ରେ ପ୍ରତିଷ୍ଠା ହୋଇଥିଲା ଜୈସ-ଅଲ୍-ଅଦଲ ଆତଙ୍କବାଦୀ ସଂଗଠନ । ବେଲୁଚିସ୍ତାନ ସୀମାରେ ଏହି ଆତଙ୍କୀ ସଂଗଠନ ସକ୍ରିୟ ରହିଛି । ବର୍ଷ ବର୍ଷ ଧରି ଏମାନେ ଇରାନ ସୁରକ୍ଷା ବାହିନୀ ଉପରେ ଏକାଧିକ ଆକ୍ରମଣ କରିଥିବା ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.