ପରିକ୍ରମା ପ୍ରକଳ୍ପ: ପ୍ରେତ୍ୟକ ଓଡ଼ିଆଙ୍କ ଘରେ ମହାପ୍ରଭୁଙ୍କ ପାଇଁ ଦୀପ ଜଳିବାକୁ ଅନୁରୋଧ କଲା ପ୍ରଶାସନ
ମହାପ୍ରଭୁଙ୍କ ପାଇଁ ଦୀପଟିଏ। ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ନିଜ ନିଜ ଘର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୀପଟିଏ ଜାଳିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଦେଶ ବିଦେଶର ପ୍ରମୁଖ ଦେବପୀଠର ମୁଖ୍ୟ ପୂଜାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଶ୍ରୀକ୍ଷେତ୍ର ଆସୁଛନ୍ତି।
ପୁରୀ (କେନ୍ୟୁଜ): ମହାପ୍ରଭୁଙ୍କ ପାଇଁ ଦୀପଟିଏ । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ନିଜ ନିଜ ଘର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୀପଟିଏ ଜାଳିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଦେଶ ବିଦେଶର ପ୍ରମୁଖ ଦେବପୀଠର ମୁଖ୍ୟ ପୂଜାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଶ୍ରୀକ୍ଷେତ୍ର ଆସୁଛନ୍ତି ।
ସେମାନଙ୍କୁ ସ୍ବାଗତ କରିବା ଆମ ସମସ୍ତଙ୍କ ଦାୟିତ୍ବ । ତେଣୁ ସହରର ସବୁ ରାସ୍ତାଘଟକୁ ପରିଷ୍କାର ପରିଛନ୍ନ ରଖିବା ସହିତ ଘର ଆଗରେ ଦୀପଟିଏ ଜଳାଇବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହଦ୍ବାରା ଶ୍ରୀକ୍ଷେତ୍ରକୁ ଆସିଥିବା ଅତିଥିମାନେ ଏକ ନୂଆ ଅନୁଭୂତି ନେଇଯିବେ । ଆମ ସଂସ୍କୃତି ଓ ପରମ୍ପରାର ଗାରିମା ଆହୁରି ବୃଦ୍ଧି ପାଇବ ।