ହାଇକୋର୍ଟରେ ବମ୍ପର ଭର୍ତ୍ତି, ମାସକୁ ଦରମା ପାଖାପାଖି ୨ ଲକ୍ଷ ଟଙ୍କା

ଆଲାହାବାଦ ହାଇକୋର୍ଟରେ ୮୦ରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ allahabadhighcourt.in କୁ ଯାଇ ଆବେଦନ କରିପାରିବେ ।

ଓକିଲାତି ପାଠ ପଢିଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର । ଆପଣ ଆଲାହାବାଦ ହାଇକୋର୍ଟରେ ଆବେଦନ କରିପାରିବେ । ଏଠାରେ ୮୦ରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ allahabadhighcourt.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି । ଇଚ୍ଛୁକ ପ୍ରାର୍ଥୀ ୨୯ ଫେବୃଆରୀ ପୂର୍ବରୁ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୮୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୯ ଫେବୃଆରୀ ୨୦୨୪ ରହିଛି ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୫ ରୁ ୪୫ ବର୍ଷ ହୋଇଥିବା ଜରୁରୀ ।

ଦରମା : ଏହି ପଦବୀ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ୪୪ ଟଙ୍କା ରୁ ୧ ଲକ୍ଷ ୯୪ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ : ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.