ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଥଣ୍ଡା ଅନୁଭୂତ ହେଲାଣି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ପାରଦ କମିବ ।ଗତକାଲି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଅନୁଗୁଳରେ ୧୩.୮, ଦାରିଙ୍ଗବାଡିରେ ଏବଂ ଫୁଲବାଣୀରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁରରେ ମଧ୍ୟ ଥଣ୍ଡା ଆରମ୍ଭ ହେଲାଣି । ସକାଳୁ ଓ ସଂଧ୍ୟାରେ ଶୀତ ଅନୁଭୂତ ହେଉଛି । ଲୋକେ ଶୀତୁଆ ସକାଳର ମଜା ନେବା ପାଇଁ ମର୍ଣ୍ଣିଂ ଓ୍ଵାକ୍‌ କରୁଛନ୍ତି । ଗଛଲତା ମାନଙ୍କରେ କାକର ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.