IT ରେଡ୍‌: ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ମୋଟ୍ ୧୧ କୋଟି ଟଙ୍କା

ଟିଟିଲାଗଡ଼ ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି । ଗଣତି ମଧ୍ୟରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ରହିଥିବାବେଳେ ମୋଟ୍ ୧୧ କୋଟି ଟଙ୍କା ମିଳିଛି।  

ବଲାଙ୍ଗୀର (କେନ୍ୟୁଜ): ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି ।  ଜବତ ହୋଇଥିବା ଟଙ୍କା ଗଣିବା ପାଇଁ ବହୁ ସଂଖ୍ୟାରେ ଅଧିକାରୀ ଓ ମେସିନ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଟିଟିଲାଗଡ଼ ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି । ଗଣତି ମଧ୍ୟରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ରହିଥିବାବେଳେ ମୋଟ୍ ୧୧ କୋଟି ଟଙ୍କା ମିଳିଛି।  ଆସନ୍ତାକାଲି ସୁଦ୍ଧା ଗଣତି ଶେଷ ହେବା ନେଇ ଆଶା କରାଯାଉଥିବା ନେଇ ସମ୍ବଲପୁର ଏସବିଆଇ ଉପ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ।

ଏପଟେ ଏତେ ପରିମାଣର ଟଙ୍କା ଜବତ ପରେ ବଲାଙ୍ଗୀରରେ ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ ସାମିଲ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁଦପଡାରେ ଚଢ଼ାଉ କରିଥିଲା ଆୟକର ବିଭାଗ । ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ ବ୍ୟାଗ  ଟଙ୍କା ଜବତ ହୋଇଥିଲା ।  ଟଙ୍କା ଜବତକୁ କଡା ସୁରକ୍ଷା ଭିତରେ ଵଲାଙ୍ଗିରର SBI ବ୍ୟାଙ୍କର ମୁଖ୍ୟ ଶାଖାରେ ରଖାଯାଇ ଥିଲା । ପ୍ରଥମ ଦିନ ସୁଦପଡା ମଦଭାଟିରୁ ୧୫୬ ବସ୍ତା ଓ ଗତକାଲି ମଦଭାଟି ମ୍ୟାନେଜରଙ୍କ ଘରୁ ୨୦ ବ୍ୟାଗ ଟଙ୍କା ଜବତ କରିଥିଲା ଆୟକର ବିଭାଗ l  ବର୍ତମାନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଲାଙ୍ଗିର ମୁଖ୍ୟାଳୟରେ ୫୦ଟି ମେସିନରେ ଟଙ୍କା ଗଣତି ଚାଲିଥିବା ବେଳେ ନିୟୋଜିତ ଅଛନ୍ତି ୫୦ ଜଣ କର୍ମଚାରୀ ।  ଅନୁଗୁଳ ଓ ଭୁବନେଶ୍ୱରରୁ ଅଣାଯାଇଛି ଟଙ୍କା ଗଣିବା ମେସିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.