Below header

ଆୟକର ବିଭାଗର ମିଶନ ଡିଏନ ହୋମ୍ସ : ଏତେ ଟଙ୍କା କେଉଁଠୁ ଆସିଲା? ସଂପୃକ୍ତ ଅଧିକାରୀଙ୍କୁ ଚାଲିଛି ପଚରାଉଚରା

ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଘନଘନ ଚଢ଼ାଉ ଜାରି ରହିଛି । କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଜବତ ହୋଇଥିବା କୋଟି କୋଟି ଟଙ୍କା କେଉଁଠୁ ଆସିଲା, ସେନେଇ ଚାଲିଛି ଛାନବିନ୍‌ । କେଉଁ ବାବଦରେ ଏତେ ଟଙ୍କା ରଖାଯାଇଥିଲା ? ଡିଏନ ହୋମ୍ସ ସହ ଟଙ୍କାର କି ସମ୍ପର୍କ ରହିଛି ? ଚନ୍ଦ୍ରଶେଖର ପଣ୍ଡା ଏତେ ନଗଦ ଓ ଫେକ୍‌ ନୋଟ୍‌ ଟଙ୍କା କେଉଁଠୁ ଆଣିଲେ, ଚାଲିଛି ଛାନବିନ୍‌ ।

ଭୁବନେଶ୍ୱର (କେନ୍ୟୁଜ): ଆୟକର ବିଭାଗର ମିଶନ ଡିଏନ ହୋମ୍ସ । କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଜବତ ହୋଇଥିବା କୋଟି କୋଟି ଟଙ୍କା କେଉଁଠୁ ଆସିଲା, ସେନେଇ ଚାଲିଛି ଛାନବିନ୍‌ । କେଉଁ ବାବଦରେ ଏତେ ଟଙ୍କା ରଖାଯାଇଥିଲା ? ଡିଏନ ହୋମ୍ସ ସହ ଟଙ୍କାର କି ସମ୍ପର୍କ ରହିଛି ? ଚନ୍ଦ୍ରଶେଖର ପଣ୍ଡା ଏତେ ନଗଦ ଓ ଫେକ୍‌ ନୋଟ୍‌ ଟଙ୍କା କେଉଁଠୁ ଆଣିଲେ, ଚାଲିଛି ଛାନବିନ୍‌ ।

ଅନ୍ୟପଟେ ଏଥିରେ ଡିଏନ ହୋମ୍ସର କି ସମ୍ପୃକ୍ତି ରହିଛି, ସେନେଇ ଚନ୍ଦ୍ରଶେଖରଙ୍କୁ ପଚରାଉଚରା କରୁଛନ୍ତି ଆଇଟି ଅଧିକାରୀ । ଏଥିରେ ବହୁ ଫେକ୍‌ ନୋଟ ଥିବା ଜାଣିବାକୁ ପାଇଛି ଆୟକର ବିଭାଗ । ଟ୍ରଙ୍କରୁ ଜବତ ୧୧ କୋଟି ଟଙ୍କା ମଧ୍ୟରେ ବିପୁଳ ଫେକ୍‌ ନୋଟ ରହିଛି । ଏହାକୁ ନେଇ ଖୋଳତାଡ଼ ଚଲାଇଛନ୍ତି ଆୟକର ବିଭାଗ ଓ ଆରବିଆଇ । ଚନ୍ଦ୍ରଶେଖର ରହୁଥିବା ଭୁବନେଶ୍ୱର ୟୁନିଟ-4 ବିଏସନାଲ କ୍ୱାର୍ଟର୍ସ କାହା ନାଁରେ ରହିଛି? ଏହି କ୍ୱାର୍ଟର୍ସକୁ ଡିଏନ ହୋମ୍ସ ବ୍ୟବହାର କରୁଥିଲା କି? ନଗଦ ଟଙ୍କା ସହ ଫେକ୍‌ ନୋଟ୍‌ କାରବାର ହେଉଥିଲା କି ? ଏପଟେ ଆୟକର ରେଡ ବେଳେ ଡିଏନ ହୋମ୍ସର ବିଭିନ୍ନ ସ୍ଥାନରୁ ୧୨୦ କୋଟିରୁ ଅଧିକ ଟଙ୍କାର ମନି ରିସିପ୍ଟ ମିଳିଛି । ଏହାର ସୋର୍ସ ଖୋଜୁଛି ଆୟକର ବିଭାଗ । ଯେଉଁ ଲୋକଙ୍କ ପାଖରୁ ଏହି ସବୁ ଟଙ୍କା ଆସିଛି ତାଙ୍କୁ ପଚରାଉଚରା କରିପାରେ ଆୟକର ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.