Below header

ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ IT ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ ।ଇନକମ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ବେଳେ ଦୁଇ ଚାରି ଗୋଟି ଟିମ ଚଢ଼ାଉରେ ସାମିଲ ଅଛନ୍ତି ।

ଚାନ୍ଦବାଲି (କେନ୍ୟୁଜ): ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ । ଆଜି ସକାଳୁ ତାଙ୍କ ବାସଗୃହ ସମେତ, ଧାମରା ବରଫ କଳ , ଅଫିସ ,ଭଦ୍ରକରେ ଥିବା ବାସଗୃହ ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇନକମ ଟ୍ୟାକ୍ସ ବିଭାଗ ।

ସୂଚନା ଅନୁଯାୟୀ ଦିଗମ୍ବର ଦାସଙ୍କ ବଂଶଡା ଘର, ଧମରାରେ ଥିବା ଅଫିସ ସମେତ ଚାରିଗୋଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରୁଛି । ଇନକମ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ବେଳେ ଦୁଇ ଚାରି ଗୋଟି ଟିମ ଚଢ଼ାଉରେ ସାମିଲ ଅଛନ୍ତି । ତେବେ ପୂର୍ବରୁ ଏମିତି ଭାବେ ଧାମରା ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କ ଘରେ ଆୟାକର ବିଭାଗ ଚଢ଼ାଉ କରିଥିଲା । ପରେ ଉକ୍ତ ନେତା ବିଜେଡିରେ ଯୋଗ ଦେଇଥିଲେ । ଏବେ ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.