ଦୁଇମାସ ପରେ ପୁଣି ଅଲପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୋଟେ ବଗି ଜଳିପୋଡି ପାଉଁଶ

ଅଲପୁଝା -କନ୍ନୁର ଏକଜିକ୍ୟୁଟିଭ ଏକ୍ସପ୍ରେସ ଟ୍ରେନରେ ପୁଣି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ରାତି ୧.୨୫ରେ ଟ୍ରେନରେ ଜେନେରାଲ କୋଚରେ ଲାଗିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି ।

ଅଲପୁଝା -କନ୍ନୁର ଏକଜିକ୍ୟୁଟିଭ ଏକ୍ସପ୍ରେସ ଟ୍ରେନରେ ପୁଣି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ରାତି ୧.୨୫ରେ ଟ୍ରେନରେ ଜେନେରାଲ କୋଚରେ ଲାଗିଛି । ତେବେ ଘଟଣା ବିଷୟରେ ସୂଚନା ମିଳିବା ପରେ ଷ୍ଟେସନ ମାଷ୍ଟର ଏବଂ ଡ୍ୟୁଟିରେ ଥିବା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି ।

କନ୍ନୁର ରେଲୱେ ଷ୍ଟେସନରେ ଅଲପୁଝା-କନ୍ନୁର ଏକଜିକ୍ୟୁଟିଭ ଏକ୍ସପ୍ରେସର ଏକ ବଗିରେ ନିଆଁ ଲାଗିଯାଥିଲା । ଯାହାପରେ ଟ୍ରେନକୁ କନ୍ନୁର ରେଲେଓ୍ଵ ଷ୍ଟେସନରେ ରୋକି ଦିଆଯାଇଥିଲା । ନିଆଁରେ ଟ୍ରେନର ଏକ ବଗି ଜଳି ଛାରଖାର ହୋଇଯାଥିଲା । ନିଆଁ ଏତେ ଭୟଙ୍କର ଥିଲା ଅନ୍ୟ ବଗିକୁ ଅଲଗା କରିବା ପାଇଁ ଅଧିକାରୀମାନେ ସୂଚନା ଦେଇଥିଲେ ।

ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଜଣେ ଅଜ୍ଞାତ ବ୍ୟକ୍ତି କ୍ୟାନ୍‌ ଧରି ଟ୍ରେନରେ ପ୍ରବେଶ କରିଥିବା ନଜର ଆସିଥିଲା । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଘଟଣାର ଫୁଟେଜକୁ ନେଇ କିଛି ସ୍ପଷ୍ଟୋକ୍ତି କରିନାହିଁ ।

ସୂଚନାଯୋଗ୍ୟ, କେରଳ କୋଝିକୋଡିରେ ଟ୍ରେନ ଭିତରେ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ୩ଜଣକୁ ମାରିଥିଲା ଦୁର୍ବୃତ୍ତ । ଏହି ଘଟଣାରେ ବଗିରେ ନିଆଁ ଲାଗିବା ଯୋଗୁଁ ୯ ଜଣ ଆହତ ହୋଇଥିଲେ । ନିଆଁ ଲଗାଇଥିବା ବ୍ୟକ୍ତିକୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଥିଲା । ଅଲପୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଥିଲା । ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା।

ଘଟଣାରେ ଏକ ବର୍ଷର ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତଦେହ ମିଳିଥିବା ବେଳେ ଏହି ଘଟଣାରେ ଅନ୍ୟ ୯ ଜଣ ଯାତ୍ରୀ ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.