Below header

ଭାରତରେ ନଜର ଆସିଲା ହସୁଥିବା ଝିଟିପିଟି, ସ୍ମାଇଲ୍‌ ଦେଖି ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ଏହି ଝିଟିପିଟି କୁ ପାରାଗ୍ଲାଇଡିଂ ଜେକୋସ କୁହାଯାଏ । ମିଜୋରାମ ବିଶ୍ୱବିଦ୍ୟାଳୟ ଏବଂ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ ଫର ବାୟୋଲୋଜି, ଜର୍ମାନୀର ଅନୁସନ୍ଧାନକାରୀ ମାନେ ମିଜୋରାମ ର ଭାରତ ଏବଂ ମିଆମାର ସୀମାରେ ଏହି ଝିଟିପିଟିର ସନ୍ଧାନ କରିଛନ୍ତି । ଏହାକୁ ପାରାସୁଟ ଜୋକୋସ କହିବାର କାରଣ ହେଉଛି ଏହା ଗୋଟିଏ ଗଛରୁ ଅନ୍ୟ ଗଛକୁ ମାଙ୍କଡ଼ ଭଳି ଡେଇଁବାରେ ସମର୍ଥ ହୋଇଥାଏ ।

(କେନ୍ୟୁଜ ବ୍ୟୁରୋ): ଝିଟିପିଟି ଦେଖିଲେ ଅନେକ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଝିଟିପିଟି ର ରଙ୍ଗ ଏବଂ ରୂପ ଅତ୍ୟନ୍ତ ଭୟଙ୍କର ହୋଇଥିବା ସହ ଏହା ବହୁତ ବିଷାକ୍ତ ବୋଲି ବୋଲି କୁହାଯାଏ । ଧାର୍ମିକ ମତାନୁସାରେ ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡ଼ିବା ଶୁଭ ନୁହେଁ । କିନ୍ତୁ ଆଜି ଏକ ଭିନ୍ନ ଝିଟିପିଟି ବିଷୟରେ ଆପଣମାନେ ଜାଣିବେ । ଏହି ଝିଟିପିଟି ଦେଖିବାକୁ ବହୁତ ସୁନ୍ଦର, କାରଣ ଏହା ସର୍ବଦା ହସୁଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଝିଟିପିଟି କୁ ବୈଜ୍ଞାନିକମାନେ ଭାରତରେ ଖୋଜି ପାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଝିଟିପିଟି କୁ ପାରାଗ୍ଲାଇଡିଂ ଜେକୋସ କୁହାଯାଏ । ମିଜୋରାମ ବିଶ୍ୱବିଦ୍ୟାଳୟ ଏବଂ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ ଫର ବାୟୋଲୋଜି, ଜର୍ମାନୀର ଅନୁସନ୍ଧାନକାରୀ ମାନେ ମିଜୋରାମ ର ଭାରତ ଏବଂ ମିଆମାର ସୀମାରେ ଏହି ଝିଟିପିଟିର ସନ୍ଧାନ କରିଛନ୍ତି । ଏହାକୁ ପାରାସୁଟ ଜୋକୋସ କହିବାର କାରଣ ହେଉଛି ଏହା ଗୋଟିଏ ଗଛରୁ ଅନ୍ୟ ଗଛକୁ ମାଙ୍କଡ଼ ଭଳି ଡେଇଁବାରେ ସମର୍ଥ ହୋଇଥାଏ । ଗରମ ଜଳବାୟୁ ଅଞ୍ଚଳରେ ଏହି ମାଂସାହାରୀ ଝିଟିପିଟି ନଜର ଆସିଥାନ୍ତି । ସନ୍ଧାନକାରୀ ମାନେ ଉତ୍ତର ପୂର୍ବ ଭାରତରେ ଝିଟିପିଟି ଗଣନା କରୁଥିବା ସମୟରେ ହିଁ ଏହି ଭିନ୍ନ ଝିଟିପିଟି ର ସନ୍ଧାନ କରାଯାଇଥିଲା ।

ମିଜୋରାମ ରାଜ୍ୟ ଅନୁସାରେ ଏହି ଝିଟିପିଟିର ବୈଜ୍ଞାନିକ ନାମ ଜେକ୍କୋ ମିଜୋରାମେନ୍‌ସିସ ରଖାଯାଇଛି । କିନ୍ତୁ ଗୋଟିଏ ଗଛରୁ ଅନ୍ୟ ଗଛ କୁ ଡେଇଁ ପାରୁଥିବାରୁ ଏହାକୁ ପାରାସୁଟ ଜେକୋସ ନାମ ଦିଆଯାଇଛି । ଏହା ଉଡ଼ିବା ପାଇଁ ନିଜ ଶରୀର ଏବଂ ଲାଞ୍ଜର ବ୍ୟବହାର କରିଥାଏ । ପାରାସୁଟ ଜେକୋସ ସାଧାରଣତଃ ବାଂଲାଦେଶ, ମିଆମାର, ଥାଇଲ୍ୟାଣ୍ଡ ଏବଂ କମ୍ବୋଡ଼ିଆରେ ନଜର ଆସିଥାନ୍ତି । କିନ୍ତୁ ସନ୍ଧାନକାରୀମାନେ ପ୍ରଥମ ଥର ପାଇଁ ଭାରତରେ ଏହି ନୂଆ ପ୍ରଜାତିକୁ ଦେଖିବାକୁ ପାଇଛନ୍ତି । କିଛି ଝିଟିପିଟି ୨୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଡ଼ିବା ପାଇଁ ସକ୍ଷମ ହୋଇଥାନ୍ତି । ସନ୍ଧ୍ୟା ସମୟରେ ଏହି ଝିଟିପିଟି ଅଧିକ ଦେଖା ଯାଇଥାନ୍ତି । ସେହି ସମୟରେ ଏହି ଝିଟିପିଟି ଅଧିକ ଶିକାର କରିଥାନ୍ତି । ଏହି ଝିଟିପିଟି ର ଆକୃତି ରଙ୍ଗ ମଧ୍ୟରେ ଭିନ୍ନତା ଥିବା ସହ ଏହା ସ୍ମାଇଲ କରୁଥିବାରୁ ଏହାକୁ ନେଇ ଅନେକ କଳ୍ପନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.