Below header

ଧାନ କିଣାରେ ସ୍ୱଚ୍ଛତା ରଖିବା ପାଇଁ ଆରମ୍ଭ ହେଲା ଆଇଭିଆରଏସ ବ୍ୟବସ୍ଥା: ଫୋନ କଲେ ଧାନ ବିକ୍ରି ଓ ଟଙ୍କା ବାବଦରେ ମିଳିବ ସୂଚନା

କେନ୍ୟୁଜ୍(ବ୍ୟୁରୋ): ଜଣେ ଚାଷୀ କେତେ କୁଇଣ୍ଟାଲ ଧାନ ବିକିପାରିବେ । କେବେ ବିକ୍ରି କରିବେ। କେବେ ସୁଦ୍ଧା ଚାଷୀଙ୍କୁ ଧାନ ବିକ୍ରି ବାବଦ ଅର୍ଥ ମିଳିବ। ଏ ସମସ୍ତ ପ୍ରଶ୍ନର ଉତ୍ତର ମୋବାଇଲ ଫୋନ ମାଧ୍ୟମରେ ଯୋଗାଣ ବିଭାଗ ପକ୍ଷରୁ ଦିଆଯିବ । ଧାନ କିଣାରେ ସ୍ୱଚ୍ଛତା ରଖିବା ପାଇଁ ଆରମ୍ଭ ହୋଇଛି ଆଇଭିଆରଏସ ବ୍ୟବସ୍ଥା। ଓଡ଼ିଶା ଯୋଗାଣ ନିଗମ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହି ଭଏସ ରେକର୍ଡ ବ୍ୟବସ୍ଥା ମାଧ୍ୟମରେ ଧାନକିଣାରେ ସ୍ୱଚ୍ଛତା ଅଣାଯାଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

raja swain 1

ପୂର୍ବରୁ ୧୯୬୭ ଟୋଲ ଫ୍ରି ନମ୍ବରରେ ଚାଷୀମାନେ ଯୋଗାଯୋଗ କଲେ ସେମାନଙ୍କୁ ସୂଚନା ମିଳୁଥିଲା। ଏଥିରେ ଆଉ ତିନୋଟି ଚାପ୍ଟର ୫,୬ ଓ ୭କୁ ଯୋଡାଯାଇଛି। ଚାଷୀମାନେ ଯେଉଁ ମୋବାଇଲ ଫୋନ ନମ୍ବର ଦେଇ ପଞ୍ଜିକରଣ କରିଥିବେ ସେହି ମୋବାଇଲରୁ ୧୯୬୭ ଟୋଲଫ୍ରି ନମ୍ବରକୁ କଲ କରି ୫ ନମ୍ବର ଟିପିଲେ ଆପଣଙ୍କ କେତେ ପରିମାଣର ଜମି ପଂଜିକରଣ ହୋଇଛି ତାର ରେକର୍ଡ ଭଏସ ଶୁଣିପାରିବେ। ସେହପରି ୬ ଓ ୭ ନମ୍ବରକୁ ଟିପିଲେ ଧାନ ବିକ୍ରି ଓ ଟଙ୍କା ବାବଦରେ ସୂଚନା ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.