ବଲିଉଡରେ ବିବାହ ଋତୁ : ରଣବୀର କପୁରଙ୍କ ପୂର୍ବରୁ କପୁର ପରିବାରର ଏହି ଯୁବକ କରିବେ ବିବାହ

ନୂଆଦିଲ୍ଲୀ : ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ବିବାହ ତାଲିକାରେ ଯୋଡ଼ି ହୋଇଯାଇଛି ଏବେ ଅନେକ ସେଲିବ୍ରେଟିଙ୍କ ନାମ । ଯେକି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ନିକଟରେ ପତ୍ରଲେଖା ଓ ରାଜକୁମାର ରାଓ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେପିପରି କେଟ୍ରିନା କୈଫ୍‌ ଓ ଭିକି କୌଶଳଙ୍କ ବିବାହକୁ ନେଇ ଖବର ସରଗରମ ରହିଛି ।

ଶୁଣାଯାଉଛି ସେମାନେ ଡିସେମ୍ବରରେ ବିବାହ କରିବେ । ଏହି ତାଲିକାରେ ଆହୁରି ରଣବୀର କପୁର ଓ ଆଲିଆ ଭଟ୍ଟ । ବହୁତ ଦିନ ଧରି ପ୍ରଶଂସକ ଏହି ଖବର ପାଇବା ପାଇଁ ଅପେକ୍ଷା କରିଛନ୍ତି । ଏହା ପଛକୁ ଆସୁଛି ଆଉ ଏକ ଖବର ଯେ କପୁର ପରିବାରକୁ ଆଲିଆ ଭଟ୍ଟଙ୍କ ପୂର୍ବରୁ ଆଉ ଜଣେ ବୋହୂ ହୋଇ ଆସୁଛନ୍ତି । ସେ ହେଉଛନ୍ତି ସେଲିବ୍ରେଟି ତାରା ସୁତାରିଆ । ରଣବୀର କପୁରଙ୍କ ସଂପର୍କୀୟ ଭାଇ ଆଦର ଜୈନ ତାଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି ।

ଆଦର ଜୈନ ତାଙ୍କ ବଡ଼ଭାଇ ଅରମାନ ଜୈନଙ୍କ ବିବାହ ଉତ୍ସବରେ ବଲିଉଡ ଅଭିନେତ୍ରୀ ତାରା ସୁତାରିଆଙ୍କ ସହ ନିଜ ସମ୍ପର୍କର ଅଫିସିଆଲ ଘୋଷଣା କରିଥିଲେ । ସେହିଦିନ ଠାରୁ ସୋସିଆଲ ମିଡିଆରେ ଏହି ପ୍ରେମୀ ଯୁଗଳଙ୍କ ଖବର ଛାଇ ହୋଇ ରହିଛି ।

 

View this post on Instagram

 

A post shared by @ranbiraliafanpage


ରିପୋର୍ଟ ଅନୁଯାୟୀ ତାରା ସୁତାରିଆଙ୍କ ସହ ଆଦର ଜୈନ ୨୦୨୨ ପ୍ରାରମ୍ଭରେ ବିବାହ କରିବେ । ଏହା ବି ଜଣାପଡ଼ୁଛି ଯେ ରଣବୀର ଓ ଆଲିଆଙ୍କ ପୂର୍ବରୁ କପୁର ପରିବାରର ଏହି ଯୁବକ ବିବାହ କରିବାକୁ ଯାଉଛନ୍ତି । ଏହା ପଛର କାରଣ ଏହି ଯେ ଆଦର ଚାହୁଁଛନ୍ତି ରଣବୀର ଓ ଆଲିଆଙ୍କ ବିବାହ ପୂର୍ବରୁ ତାଙ୍କର ବିବାହ ହେଉ । ରଣବୀର କପୁର ଓ କରୀନା କପୁରଙ୍କ ପିଉସୀଙ୍କ ପୁଅ ହେଉଛନ୍ତି ଆଦର ଜୈନ । ରାଜ କପୁରଙ୍କ ଝିଅ ରିମାଙ୍କ ପୁଅ ହେଉଛନ୍ତି ଆଦର ଜୈନ । ଶେଷଥର ପାଇଁ ଫିଲ୍ମ ‘ହାଲୋ ଚ୍ୟାର୍ଲି’ ରେ ସେ ଅଭିନୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.