ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଏଭଳି ଭାବେ ପୂଜା କଲେ ମିଳିବ ଅନେକ ପୁଣ୍ୟ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିିନ୍ଦୁ ଧର୍ମରେ ଏହି ମାସକୁ ଧାର୍ମିକ ମାସର ମାନ୍ୟତା ଦିଆଯାଇଛି। ଏହି ମାସରେ ରହିଛି ଅନେକ ମହତ୍ତ୍ୱ। ଏହି ମାସରେ ଭଗବାନ ବିଷ୍ଣୁ ଓ ମାଆ ବୃନ୍ଦାବତୀଙ୍କୁ ବିଶେଷ ରୂପେ ପୂଜା କରାଯାଏ। ଏହି ମାସରେ ପୂଜା ସହ ଆମିଷ ଭୋଜନ ନକଲେ କୁହାଯାଏ ଅନେକ ସୁଫଳ ମିଳିଥାଏ। ଏହାସହିତ ମାସର ଶେଷ ଦିନ ମାନେ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ନିୟମ ଅନୁଯାୟୀ ଉପାୟ ସହ କିଛି ପୂଜା କରାଗଲେ ତାହା ଜୀବନରେ ଖୁବ ଭଲ ପ୍ରଭାବ ପକାଇଥାଏ । ଏବର୍ଷ ୧୯ ନଭେମ୍ବର ୨୦୨୧ ମାନେ ଆଜି ଶୁକ୍ରବାର ଏହି ପୂର୍ଣ୍ଣିମା ପଡ଼ିଛି। ବିଶେଷ କରି ଏହିଦିନ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହିିଦିନ ଧନ ପ୍ରାପ୍ତି ପାଇଁ ଉପାୟକୁ ମାନିଲେ ଖୁବ ଶୀଘ୍ର ପ୍ରଭାବ ପଡ଼ିଥାଏ।

ଧନପ୍ରାପ୍ତି ପାଇଁ ଜାଣନ୍ତୁ ଉପାୟ:

– କାର୍ତ୍ତିକ ପୂର୍ଣ୍ଣିମାର ବ୍ରତ ନିଶ୍ଚୟ ରଖନ୍ତୁ। ଏଥିରେ ଅଗ୍ନିଷ୍ଟ୍ରୋମ ଯଜ୍ଞ କରିବା ଭଳି ଫଳ ମିଳିଥାଏ ।
– ଏମିତି କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଅର୍ଥ ଅଭାବକୁ ଦୂର କରିଥାନ୍ତି।
– ଏହି ମାସ ଆରମ୍ଭରୁ ତୁଳସୀ ଗଛକୁ ବିଶେଷ ରୂପେ ପୂଜା କରାଯାଏ । ମୁରୁଜ ପକାଇ ଏହି ଦିନ ମାନଙ୍କରେ ଚଉଁରା ପୂଜା ଖାସ ରୂପେ କରାଯାଇଥାଏ । କିନ୍ତୁ ଶେଷ ଦିନ ମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛକୁ ନିଶ୍ଚୟ ପୂଜା କରନ୍ତୁ। ଏହା କଲେ ଜନ୍ମ ଜନ୍ମର ପାପା ନଷ୍ଟ ହୋଇଥାଏ ।
– ମାତା ଲକ୍ଷ୍ମୀଙ୍କ ଆଗମନ ପାଇଁ ଘର ର ମୁଖ୍ୟ ଦ୍ୱାରରେ ଆମ୍ବପତ୍ର ର ତୋରଣ ଲଗାନ୍ତୁ । ଏହା କଲେ ମଧ୍ୟ ଅର୍ଥ ସମସ୍ୟା ଦୂର ହୋଇଥାଏ।

– ପୂର୍ଣ୍ଣିମାରେ ଚନ୍ଦ୍ର ପୂଜା ମଧ୍ୟ କରନ୍ତୁ। ଏହାସହ ଚନ୍ଦ୍ରୋଦୟ ହେବା ପରେ କାର୍ତ୍ତିକ ଭଗବାନଙ୍କ ମାନୁଥିବା ୬ ତପସ୍ୱିନୀ ମାତା ଶିବାୟ, ସମ୍ଭତି, ପ୍ରୀତି, ସନ୍ତତି, ଅନସୂୟା ଏବଂ କ୍ଷମାଙ୍କର ପୂଜା କରନ୍ତୁ। ଘରେ ସବୁ ସମସ୍ୟା ଦୂର ହେବ।
– ମାନ୍ୟତା ରହିିଛି ଯେ, ଏହିଦିନ ମଧ୍ୟ ଭଗବାନ ଦୀପ ଜାଳି ଦୀପାବଳି ପର୍ବ ପାଳନ କରିଥାନ୍ତି। ଏହିଦିନ ଦୀପ ଦାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କର ଋଣ ବା କରଜ ସମ୍ବନ୍ଧୀୟ ସମସ୍ୟା ଲାଗିରହୁଛି ସେମାନେ ଏହିଦିନ ଦୀପଦାନ କରିବା ଉଚିତ। ଶୀଘ୍ର ହିଁ କରଜରୁ ମୁକ୍ତି ପାଇବେ।
– ଏହିଦିନ ଦାନ କରିବା ମଧ୍ୟ ସବୁଠୁ ପୂଣ୍ୟ କାମ ହୋଇଥାଏ । ତେଣୁ ନିଜ ସାମର୍ଥ୍ୟ ଅନୁସାରେ ଦୀପ ଦାନ କରନ୍ତୁ। ଏଭଳି ଭାବେ ଆଜିର ଦିନରେ ପୂଜା କରି ନିଜର ସବୁ ଇଚ୍ଛାକୁ ପୂରଣ କରନ୍ତୁ।

Leave A Reply

Your email address will not be published.