Below header

ଏସସିବିରେ ଚିକିତ୍ସିତ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କଟକ(କେନ୍ୟୁଜ୍): କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର । ଦୁଇ ଯାଆଁଳା ଭାଇଙ୍କ ଚିକିତ୍ସା ବାବଦରେ ଦିଲ୍ଲୀ ଏମସର ଦୁଇ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ଏସସିବିର ଡାକ୍ତରୀ ଟିମ ଆଲୋଚନା କରିଛନ୍ତି । ଏମସର ଡାକ୍ତର ଓ ଜଗା ମଧ୍ୟରେ ଇମୋସନାଲ ଆଟାଚମେଣ୍ଟ ରହିଥିବା କହିଛନ୍ତି ଏସସିବି ମେଡିକାଲ କଲେଜର ଅଧୀକ୍ଷକ । ପ୍ରତିଦିନ ଏମସର ଡାକ୍ତର ଭିଡିଓ କଲ ମାଧ୍ୟମରେ ଜଗା ସହ କଥାବାର୍ତ୍ତା କରୁଛନ୍ତି । ଜଗା ମଧ୍ୟ ବ୍ୟାକୁଳ ହୋଇ ସେମାନଙ୍କ ସହ ଭିଡିଓ କଲରେ କଥା ହେଉଥିବା କହିଛନ୍ତି ଏସସିବି ଅଧୀକ୍ଷକ । କନ୍ଧମାଳ ମିଲୁପଡ଼ାର ମୁଣ୍ଡ ଯୋଡ଼ା ଶିଶୁ ଜଗାକାଳିଆଙ୍କର ଦିଲ୍ଲୀ ଏମସରେ ଅପରେସନ କରି ଅଲଗା କରାଯାଇଥିଲା । ନିକଟରେ ସେମାନେ ଦିଲ୍ଲୀ ଏମସରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.