ମହାରାଷ୍ଟ୍ରରେ ଗଣପତି ବିର୍ସଜନ ବେଳେ ଅଘଟଣ, ୧୭ ଜଣ ପାଣିରେ ବୁଡି ମୃତ
ମହାରାଷ୍ଟ୍ରରେ ଗତକାଲି ଥିଲା ଗଣେଶ ବିସର୍ଜନରଅନ୍ତିମ ଦିନ। ଗଣେଶ ପ୍ରତିମା ବିସର୍ଜନ ବେଳେ ୧୭ ଜଣ ଲୋକ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ରାଜ୍ୟରେ ‘ଗଣପତି ବାପ୍ପା ମୋରୟା, ଅଗଲେ ବରସ ତୁ ଜଲଦି ଆ’ ଜୟକାର ସହିତ ପୂରା ସହର କମ୍ପୁଥିଲା। ବିସର୍ଜନ ବେଳେ ଅନେକ ସ୍ଥାନରେ ବହୁତ ଲୋକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ସେହିପରି ବିସର୍ଜନ ସମୟରେ ୬ ଜଣ ଲୋକ ନିଖୋଜ୍ ଅଛନ୍ତି ଏବଂ ଆଶା କରାଯାଉଛି ଯେ ସେମାନେ ମଧ୍ୟ ପାଣିରେ ବୁଡି ଯାଇଛନ୍ତି।
ମୂର୍ତ୍ତୀ ବିସର୍ଜନ ପାଇଁ ମହାନଗର ମୁମ୍ବାଇ, ରାଜ୍ୟର ସାଂସ୍କ୍ରୁତିକ ରାଜଧାନୀ ପୁଣେର ବିଭିନ୍ନ ମଣ୍ଡଳ ଏବଂ ପ୍ରଦେଶର ଅନେକ ଅଞ୍ଚଳରେ ଢ଼ୋଲ ବାଜା ସହିତ ଶ୍ରଦ୍ଧାଳୁମାନେ ପାରମ୍ପରିକ ଶ୍ରଦ୍ଧା ଏବଂ ଉଲ୍ଲାସ ସହିତ ଭକ୍ତମାନେ ଗଣେଶଙ୍କୁ ବିସର୍ଜନ କରିଥିଲେ। ବିର୍ସଜନକୁ ନେଇ ୫୦,୦୦୦ରୁ ଅଧିକ ପୋଲିସକର୍ମୀଙ୍କ ନିୟୋଜିତ ହୋଇଥିଲେ।