ଲଗାଣ ବର୍ଷାରେ ବେହାଲ ବାଙ୍କୀ, ପାଣି ଘେରରେ ୧୯ଟି ପଞ୍ଚାୟତ

ବାଙ୍କୀ(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ ବାଙ୍କୀ। ମହାନଦୀରେ ଦ୍ୱିତୀୟ ଥର ପାଇଁ ବନ୍ୟା ଆସି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଇଛି। ପାଣି ଘେରରେ ୧୯ଟି ପଞ୍ଚାୟତ। ବାଙ୍କି ବ୍ଲକର ୯ ଓ ଡମପଡା ବ୍ଲକର ୧୦ଟି ପଞ୍ଚାୟତ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୫ ଦିନ ଧରି ଜଳବନ୍ଦୀ ଜୀବନ କାଟୁଛନ୍ତି ଶହ ଶହ ଲୋକ। ଘରେ ବାହାରେ ଯୁଆଡେ ଚାହିଁ ପାଣି ଆଉ ପାଣି। ଚୁଲି ଭିତରେ ପାଣି ପଶିଯାଇଥିବାରୁ ଭୋକ ଉପାସରେ ପିଲାଛୁଆ ଧରି ପଡିରହିଛନ୍ତି ଲୋକ। ପିଇବା ପାଣି ମଧ୍ୟ ଟିକିଏ ମିଳୁନି। ପାଣି ଘେରରେ ରହିଥିବା ବେଳେ ବିପନ୍ନଙ୍କ ପାଖରେ ପହଁଚିପାରିନାହିଁ ପ୍ରଶାସନ । ଏହାସହ ଏକର ଏକର ଚାଷଜମି ଜଳମଗ୍ନ ହୋଇପଡିଛି।