କାଙ୍କଣ ଶିଖରୀରେ ଜଗନ୍ନାଥ ମହୋତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଟାଙ୍ଗି (କେନ୍ୟୁଜ୍) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗ୍ରାମ ସ୍ଥିତ ଚିଲିକା ମଧ୍ୟରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲିଳାକ୍ଷେତ୍ର କାଙ୍କଣ ଶିଖରୀରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀ ଜଗନ୍ନାଥ ମହୋତ୍ସବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲୁଛି। ଆସନ୍ତା ୩୦ ତାରିଖରୁ ଜାନୁୟାରୀ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବ ଏହି ମହୋତ୍ସବ। ଏହି ଉତ୍ସବକୁ ପୁରୀ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଉଦଘାଟନ କରିବାର ସୂଚନା ରହିଛି। ମହୋତ୍ସବର ଶ୍ରୁଙ୍ଖଳାକୁ ଦ୍ରୁଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ତା ହେବା ସହିତ ଟ୍ରାଫିକ ବ୍ୟବସ୍ତାକୁ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ବାଲୁଗାଁ ଏସଡିପିଓ।