50 ହଜାର ଟଙ୍କା ଲାଞ୍ଚ ନେଇ ଜଗତସିଂହପୁର ଥାନାର ସବ ଇନ୍ସପେକ୍ଟର ଗିରଫ

ଜଗତସିଂହପୁର(କେ ନ୍ୟୁଜ ): ଜଗତସିଂହପୁର ଥାନା ସବ ଇନ୍ସପେକ୍ଟର ବିଶ୍ୱଜିତ ଗଡନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଗୋଟିଏ କେସ କୁ ରଫା ଦଫା କରିବାପାଇଁ କଟକର କାଚେରାମାଳ ଗାଁ ର ପ୍ରୀତମ ମହାନ୍ତି ନାମକ ଜଣେ ବ୍ଯକ୍ତି ଙ୍କ ଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ ଗିରଫ କରିଥିଲେ ।

ସୂଚନା ମୁତାବକ ପ୍ରୀତମ ମହାନ୍ତି ନିଜ କେସକୁ ରଫା ଦଫା କରିବାପାଇଁ ଅଭିଯୁକ୍ତ ଏସଆଇ ବିଶ୍ୱଜିତ ଗଡନାୟକ ଙ୍କୁ ଯୋଗାଯୋଗ କରିଥିଲେ । ଏବଂ ସେ ଏଥିପାଇଁ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ମାତ୍ର ସେ ପ୍ରାଥମିକ ପର୍ଯ୍ଯାୟରେ ୫୦,୦୦୦ ଟଙ୍କା ଦେବାକୁ କହି ଜଗତସିଂହପୁର- କଟକ ସୀମା କନ୍ଦରପୁର ବଜାରକୁ ଡାକିଥିଲେ। ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜଗତସିଂହପୁର ଏସଆଇ ସେଠାରେ ପହଞ୍ଚି ଲାଞ୍ଚ ବାବଦକୁ ୫୦,୦୦୦ ଟଙ୍କା ଗ୍ରହଣ କରିଥିବା ବେଳେ କଟକର ଭିଜିଲାନ୍ସ ଟିମ ତାଙ୍କୁ ରେଡ଼ ହ୍ଯାଣ୍ଡ ରେ ଧରି ଗିରଫ କରିଛନ୍ତି। ଅନ୍ଯପଟେ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଗତସିଂହପୁର ଥାନା ଏବଂ ଅଭିଯୁକ୍ତ ଏସଆଇ ଙ୍କ ବାସଭବନ ରେ ଯାଞ୍ଚ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.