ଯାଜପୁର ମହୋତ୍ସବରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ଓ ହାସ୍ୟ ଅଭିନେତା ସୁନିଲ ଗ୍ରୋଭରଙ୍କ ଧମାଲ୍

ଯାଜପୁର ଟାଉନ୍(କେନ୍ୟୁଜ୍):  ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଯାଉଛି ଯାଜପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସଂଗମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ମାଧ୍ୟମରେ ଏହାକୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଜିଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ ।

ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏଥିରେ ଯୋଗ ଦେଇ ଜିଲାର କଳା ଓ ସାହିତ୍ୟ ସଂସ୍କୃତି କୁ ବେଶ ପ୍ରଶଂସା କରିଥିଲେ । ଗତ ଦୁଇ ବର୍ଷ ପରେ ଏହି ଜିଲା ମହୋତ୍ସବ ହେଉଥିବାରୁ ଜିଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୧୫୦ ରୁ ଉର୍ଦ୍ଧ ସ୍ୱୟଂସହାୟକ ଗୋଷ୍ଠୀ ପଲ୍ଳିଶ୍ରୀ ମେଳାରେ ସାମିଲ ହୋଇଛନ୍ତି । ଏଥିସହିତ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆୟୋଜିତ ହୋଇଛି ।

sunil
ଉଦଘାଟନି ସଂଧ୍ୟାରେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ଓଡିଶୀ ,ଗୋଟିପୁଅ ନୃତ୍ୟୁ ସହିତ ଲୋକକଳା ନୃତ୍ୟୁ ପରିବେଶିତ ହୋଇଥିଲା । ଏହାପରେ ସୁନିଲ ଗ୍ରୋଭର ଙ୍କ କମେଡି ଦେଖି ହସି ହସି ବେଦମ କରିଥିଲେ । ଏହା ପରେ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ଙ୍କ କଣ୍ଠରେ ମତୁଆଲା ହେଲେ ଦର୍ଶକ । ସୁନିଧିଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ମନୋରଂଜନ ର ଖୋରାକ ଯୋଗାଇଥିଲା ।

କ୍ରେଜି କିୟା ରେ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ ହିଟ୍ ଗୀତକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ଏକାଧିକ ବଲିଉଡ କଳାକାରଙ୍କ ସଂଗୀତ କୁ ଉପଭୋଗ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା । ଯାଜପୁର ଭଳି ମାଟିରେ ଏଭଳି ଭବ୍ୟ ଆୟୋଜନ ଓ ଦର୍ଶକଙ୍କ ଭଲ ପାଇବା ଦେଖି ସୁନିଧି ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ ।ଏହି ମହୋତ୍ସବ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ,ପ୍ରତିଦିନ ବଲିଉଡ କଳାକାର ସେମାନଙ୍କ କଳାପଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.