ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ଭିନ୍ନ ମୋଡ: ପିଣ୍ଟୁ ଭାଇ କହିଁକି କରୁଥିଲେ ବ୍ଲାକ ମେଲ?

ଯାଜପୁର(କେନ୍ୟୁଜ୍):  ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣା ନେଲା ନୂଆ ମୋଡ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀଯୁଗଳ ଛାଡି ଯାଇଛନ୍ତି ସବୁ ପ୍ରମାଣ । ଆତ୍ମହତ୍ୟା ପଛରେ ପ୍ରଦୀପ ଦାସ ଓରପଂ ପିଣ୍ଟୁ ଦାୟୀ ଥିବା ଅଡିଓ ରେକର୍ଡ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ନିଜ ନିଜ ବନ୍ଧୁ ମାନଙ୍କୁ ଭଏସ ମେସେଜରେ ପିଣ୍ଟୁଙ୍କୁ ଦଣ୍ଡ ମିଳୁ ବୋଲି ଦାବୀ କରିଛନ୍ତି । ପିଣ୍ଟୁ ସବୁବେଳେ ପ୍ରେମୀ ଯୁଗଳଙ୍କୁ ବ୍ଲାକ ମେଲିଂ କରିବା ସହିତ ପ୍ରେମିକା ଲିପିକାଙ୍କ ସହିତ ଶାରିରିକ ସଂପର୍କ ରଖିବାକୁ ଚାପ ପକାଉଥିଲେ । ଏଥିପାଇଁ ଉଭୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ଘଟଣାର ୩ ଦିନ ପରେ ବି ପ୍ରେମିକ ପ୍ରତାପଙ୍କ ଘରେ ଏବେ ଶୋକର ମାହୋଲ ଛାଇ ଯାଇଛି । ସେଥିପାଇଁ ପିଣ୍ଟୁକୁ ଗିରଫ କରି କଡା ଦଣ୍ଡ ଦେବାକୁ ଦାବୀ କରିଛନ୍ତି ପିଡିତଙ୍କ ପରିବାର ।

jajpur suicide
ସୂଚନା ମୁତାବକ ଉଭୟ ପ୍ରତାପ ଓ ଲିିପିକାଙ୍କ ମଧ୍ୟରେ ଦୀର୍ଘଦିନ ହେଲା ରହିଥିଲା ପ୍ରେମ ସଂପର୍କ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଜାତି ଗତ ପାର୍ଥକ୍ୟ ଥିବାରୁ ସଂପର୍କ ଆଗକୁ ବଢ଼ାଇବାକୁ ଚାହୁଁନଥିଲେ ଉଭୟ ପରିବାର । ସେଥିପାଇଁ ଉଭୟଙ୍କୁ ବାରମ୍ବାର ତାଗିଦ ମଧ୍ୟ କରାଯାଉଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ଲିପିକାଙ୍କ ସଂପର୍କୀୟ ଭାଇ ପ୍ରଦୀପ ଓରଫ ପିଣ୍ଟୁ ଏଣ୍ଟ୍ରିମାରି ଲିପିକାଙ୍କୁ ବିଭିନ୍ନ ସମୟରେ ବ୍ଲାକ ମେଲିଂ କରୁଥିଲେ । କିନ୍ତୁ ପିଣ୍ଟୁଙ୍କ ପ୍ରତି ଲିପିକାଙ୍କ ପରିବାର ଲୋକଙ୍କ ଭରଷା ଥିବାରୁ ଲିପିକାଙ୍କ କଥାକୁ ବିଶ୍ୱାସ କରୁନଥିଲେ । ଫଳରେ ବାଧ୍ୟ ହୋଇ ଉଭୟ ପ୍ରତାପ ଓ ଲିପିକା ନୂଆବର୍ଷ ବିଳମ୍ବିତ ରାତିରେ ଘରୁ ପଳାଇ ଯାଇ ଗାଁ ବିଲର ଏକ ଗଛରେ ଦୌଡି ଦେଇ ଆତ୍ମହତ୍ୟା କରିଥିଲେ ।

ଘଟଣା ପର ଠାରୁ ପିଣ୍ଟୁ ଫେରାର ହୋଇଯାଇଥିବା ବେଳେ ପିଣ୍ଟୁ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ଲିପିକା ଏବଂ ପିଣ୍ଟୁଙ୍କ ପରିବାର । ସେପଟେ ମଙ୍ଗଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ହୋଇଥିବା ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.