ଯାଜପୁରୁର ଯୁବତୀ ଅପହରଣ ଓ ନିର୍ଯ୍ୟାତନା ଘଟଣା: କଟକ ଜଗତପୁର ଉଦ୍ଧାର କଲା ଧର୍ମଶାଳା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁରୁର ଯୁବତୀ ଅପହରଣ ଓ ନିର୍ଯ୍ୟାତନା ଘଟଣାରେ ଅପହୃତା ଯୁବତୀକୁ ଉଦ୍ଧାର କଲା ଯାଜପୁର ପୋଲିସ। ଅପହରଣ  କରିନେଇଥିବା ଯୁବକ ମଧ୍ୟ ପୋଲିସ କବଜାରେ ଅଛି। ଯୁବକ ଜଣକ ଗତ ୬ ତାରିଖରେ ଯୁବତୀଙ୍କୁ ଅପହରଣ କରି କଟକକୁ ନେଇ ଆସିଥିଲା ।

dharmasala

ଘରକୁ ଫୋନ କରି ଅପହୃତା ଯୁବତୀ ଜଣକ ନିଜ ପରିବାର ସହ କଥା ହେଲା ବେଳେ ଅପହରଣ କରି କଟକ ନେଇଥିବା  କହିଥିଲେ । ଯାହାର ଏକ ଅଡିଓ କଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଜି ସନ୍ଧ୍ୟାରେ ଯାଜପୁର ଧର୍ମଶାଳା ପୋଲିସ କଟକ ଜଗତପୁର ଅଞ୍ଚଳରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିବା  ସହ ଯୁବକକୁ ଅଟକ ରଖିଛି। ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଯାଜପୁର  SDPO ତଦନ୍ତ ଆରମ୍ଭ କରିଥିଲେ। ଆଜି ଯୁବତୀଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ତେବେ ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଥିଲା ତାହା ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.