ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ, ଅଧିକାରୀଙ୍କୁ ହତାଶ କରିବା ପାଇଁ ଯୋଜନା ବୋଲି କହିଲେ ଦିଦି

କେନ୍ୟୁଜ୍(ବ୍ୟୁରୋ): ଆଇପିଏସ ଅଫିସରଙ୍କୁ ନେଇ ତେଜିଲା କେନ୍ଦ୍ର ଓ ମମତା କଳି । ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଟାର୍ଗେଟ କରିଛନ୍ତି ଦିଦି । କେନ୍ଦ୍ରୀୟ ସେବା ନିୟମ (୧) ଅନୁଯାୟୀ ଏହି ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ପଶ୍ଚିମବଙ୍ଗର କ୍ୟାଡରର ଆଇପିଏସ ଡକ୍ଟର ଭୋଲା ନାଥ ପାଣ୍ଡେଙ୍କୁ ୪ ବର୍ଷ ପାଇଁ ବିପିଆର ଆଣ୍ଡ ଡିର ଏସପି ଭାବରେ ନିଯୁକ୍ତ କରାଯାଇଛି । ପ୍ରବୀଣ କୁମାର ତ୍ରିପାଠୀଙ୍କୁ ଏସଏସବିର ଡିଜି ଭାବରେ ୫ ବର୍ଷ ପାଇଁ ଏବଂ ରାଜୀବ ମିଶ୍ରଙ୍କୁ ୫ ବର୍ଷ ପାଇଁ ଆଇଟିବିପିର ଆଇଜି ଭାବେ ନିଯୁକ୍ତ କରିଛି କେନ୍ଦ୍ର । ବିଜେପି ସଭାପତି ଜେପି ନାଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ କାରକେଡ ଉପରେ ଆକ୍ରମଣ ହୋଇଥିଲା ।

ଏହି ତିନି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବାରୁ ଆକ୍ରମଣକାରୀ ସଫଳ ହେଲେ ବୋଲି ଗୃହ ମନ୍ତ୍ରାଳୟ ହୃଦବୋଧ କରିଛି । ତେଣୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଡେପୁଟେସନ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଗୃହ ମନ୍ତ୍ରାଳୟ ପୁଣି ଥରେ ଚିଠି ଲେଖିବାରୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟୁଇଟ କରି କହିଛନ୍ତି ରାଜ୍ୟ ଆପତ୍ତି ସତ୍ତେ୍ଵ ପଶ୍ଚିମବଙ୍ଗରେ ୩ ଜଣ କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ପୁଣି ଥରେ କେନ୍ଦ୍ରୀୟ ଡେପୁଟେସନ୍‌ ପାଇଁ ଚିଠି ଲେଖିବା ଆଇପିଏସ୍‌ କ୍ୟାଡର ନିୟମ ୧୯୫୪ର ଜରୁରୀକାଳୀନ ବ୍ୟବସ୍ଥାର ଅପବ୍ୟବହାର । ଏହି କାର୍ଯ୍ୟ ରାଜ୍ୟର ଅଧିକାର ଉପରେ ଆକ୍ରମଣ କରିବା ଏବଂ ସେବା କରୁଥିବା ଅଧିକାରୀଙ୍କୁ ହତାଶ କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ ଛଡା ଆଉ କିଛି ନୁହେଁ ବୋଲି ମମତା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.