Below header

ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌

ଯାଜପୁର ଟାଉନ୍(କେନ୍ୟୁଜ): ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ୱରପୁରସ୍ଥିତ ବାସଭବନ ଏବଂ ଭଡାରେ ଦିଆଯାଇଥିବା ଘରେ ଚଢାଉ ଚାଲିଛି। ଗୟାଧର ସାହୁଙ୍କ ନାଁରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିଲା।

ଏବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ରେଡ୍‌ ଚାଲିଛି। ଗୟାଧର ସାହୁ ଯାଜପୁର ନିୟନ୍ତ୍ରିତ ବଜାର କମିଟି ତଥା RMCର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.