ଫର୍ମରେ ନଥିବା ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ: କହିଲେ ଆଇପିଏଲରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା ଉଚିତ୍

କେନ୍ୟୁଜ : ଫର୍ମରେ ନଥିବା ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ । ଚଳିତ ଆଇପିଏଲରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା ଉଚିତ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଚଳିତ ଆଇପିଏଲରେ RCBର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି । କୋହଲି ୯ଟି ମ୍ୟାଚରୁ ମାତ୍ର ୧୨୮ ରନ କରିଛନ୍ତି । ଖରାପ ଫର୍ମକୁ ନେଇ କୋହଲି କିଛି ଦିନ ବିଶ୍ରାମ ନିଅନ୍ତୁ ବୋଲି କହିଛନ୍ତି ରବୀ ଶାସ୍ତ୍ରୀ ।

ବିରାଟ କୋହଲି ତାଙ୍କ କ୍ରକେଟ ଜୀବନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି । ଅଢ଼େଇ ବର୍ଷ ମଧ୍ୟରେ କୌଣସି ଫର୍ମାଟରେ ଶତକ ମାରି ନାହାନ୍ତି କୋହଲି । ଅନ୍ୟପଟେ ଖୁବଶୀଘ୍ର କଠିନ ସମୟରୁ ବିରାଟ ବାହାରିବେ ବୋଲି RCBର ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.