ଜଟଣୀ IIC ୫୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା : ନିଲମ୍ବନ ପାଇଁ ସୁପାରିସ କଲେ କମିଶନର ସତ୍ୟଜିତ ମହାନ୍ତି

ଖୋର୍ଦ୍ଧା : ଜଟଣୀ IICଙ୍କୁ ନିଲମ୍ବନ ପାଇଁ ସୁପାରିସ । ପୋଲିସ ଡିଜିଙ୍କୁ ସୁପାରିସ କରିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଖୁବ ଶୀଘ୍ର ଜଟଣୀରେ ନୂଆ IIC ନିଯୁକ୍ତି ହେବେ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ସବୁ ପୁରୁଣା ଷ୍ଟାଫ୍‌ଙ୍କୁ ମଧ୍ୟ ବଦଳି କରାଯିବ । କେହି ଲାଞ୍ଚ ମାଗିଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି । ଲାଞ୍ଚ ନେବା ବେଳେ ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିଥିଲା କଟକ ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏକ କେସ୍‌ ଦଫାରଫା କରିବା ପାଇଁ ସେ କୁଦିଆରିର ସୁମିତ ମଙ୍ଗରାଜଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏହାପରେ ତାଙ୍କ ଜଟଣୀସ୍ଥିତ ବାସଭବନରେ ଭିଜିଲାନ୍ସର ଚଢ଼ାଉ କରିଥିଲା । ତାଙ୍କ ଘରୁ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.