Below header

କଲେଜ ଛାତ୍ରଙ୍କୁ ମାଡ଼ ସହ ଧକ୍କା ମାରିଲା ପୋଲିସ

ଅନୁଗୁଳ : ପୁଣି ଖାକିରେ ଦାଗ । କଲେଜ ଛାତ୍ରଙ୍କୁ ମାଡ଼ ସହ ଧକ୍କା ମାରିଲା ପୋଲିସ । ଏହି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଲଣ୍ଡାର ନୀଳକଣ୍ଠେଶ୍ୱର କଲେଜରେ । ଅଣଛାତ୍ରଙ୍କ ପ୍ରବେଶକୁ ନେଇ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ଧକ୍କା ମାରି କଲେଜରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଦୃଶ୍ୟ ଏବେ ଭାଇରାଲ ହୋଇଛି । ତେବେ ଏ ସଂପର୍କରେ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

ସେପଟେ ପୁରୀରେ ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ । ପୋଲିସ କର୍ମଚାରୀ ଜଣଙ୍କ ଶ୍ରୀକ୍ଷେତ୍ର କଲୋନୀରେ ଦୁର୍ଘଟଣା ଘଟାଇଥିଲେ । ହେଲେ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ସେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ଟ୍ରାଫିକ ପୋଲିସ ତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପୋଲିସ କର୍ମଚାରୀ ଜଣଙ୍କ ଶୁଣି ନଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.