ପାରାଦୀପ ପଥୁରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ପାରାଦୀପ : ପାରାଦୀପ ପଥୁରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ଜଣଙ୍କର ମୃତ୍ୟୁ ହୋଇଛି । ସ୍କୁଟି ଓ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବଡ଼ପାଳ ଗାଁର ପରିକ୍ଷୀତ ଶତପଥୀ, ତାଙ୍କ ପୁଅ ମନୋରଞ୍ଜନ ଓ ଜଣେ ସମ୍ପର୍କୀୟ । ସ୍କୁଟିରେ ପରିକ୍ଷୀତ କୁଜଙ୍ଗରୁ ଫେରୁଥିବା ବେଳେ ଭୁବନେଶ୍ୱର ପଟରୁ ଆସୁଥିବା ଏକ ସ୍କର୍ପିଓ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା ସ୍କର୍ପିଓ । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.