ଦୁଇଟି ବେଆଇନ୍‌ ବାଣ ଗୋଦାମ ସିଲ୍‌ କଲା ଜଟଣୀ ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍‌): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ବାଣ ଫୁଟାଇବା ନେଇ ସରକାର କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ବାଣ ବ୍ୟାନ କରିବା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବେ ବାଣ ତିଆରି କରାଯାଉଥିବାରୁ ଚଢାଉ କରାଯାଇଛି। ରିପୋର୍ଟ ଅନୁଯାୟୀ ଏସବୁ ମଧ୍ୟରେ ଜଟଣୀ ପୋଲିସ ୨ଟି ବାଣ ଗୋଦାମକୁ ସିଲ୍‌ କରିଛି।

ସୂଚନା ମୁତାବକ ବେଆଇନ୍‌ ଭାବେ ବାଣ ବିକ୍ରୀ କରୁଥିବା ସହ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିଲେ ଜଟଣୀର ମନୋଜ ସିଜିନ ସେଣ୍ଟର ଏବଂ ମହାବୀର ସିଜିନ୍‌ ସେଣ୍ଟର। ଜବତ କରାଯାଇଥିବା ବାଣ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.