ମାଲକାନଗିରି: ସାଧାରଣତନ୍ତ୍ର ଦିବସ ପୂର୍ବରୁ ମାଓବାଦୀଙ୍କ ଯୋଜନା ପଣ୍ଡ, ୭ଟି IEDକୁ ନିଷ୍କ୍ରିୟ କରି ଜବତ କଲେ ଜବାନ
ମାଲକାନଗିରି(କେନ୍ୟୁଜ୍): ମାଓବାଦୀଙ୍କ ବଡ଼ଧରଣର ଆକ୍ରମଣ ଯୋଜନା ପଣ୍ଡ। ୭ ଆଇଇଡି ବିସ୍ଫୋରକକୁ ନିଷ୍କ୍ରିୟ କଲେ ଯବାନ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରୁ ଜବତ ହୋଇଛି ଲ୍ୟାଣ୍ଡମାଇନ। ଘନବେଡା ଠାରେ ଅବସ୍ଥାପିତ ୯ ବିଏସଏଫ ବାଟାଲିୟନର ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ ଚଢାଉ କରି ୭ଟି ଲ୍ୟାଣ୍ଡମାଇନ ଏବଂ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି।
ଆନ୍ଧ୍ର ଓଡିଶା ସୀମାନ୍ତ ତୋଟାଗୁଡା ଏବଂ ସନ୍ୟାସୀଗୁଡା ଗାଁ ନିକଟ ଜଙ୍ଗରେ ମାଟିଖୋଳି ଏହା ମଧ୍ୟରେ ଆଇଇଡି ଓ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ଏନେଇ ଖବର ପାଇବା ପରେ ପୁଲିସ ଏବଂ ବିଏସଏଫ ଯବାନ ଅଞ୍ଚଳକୁ ଘେରିଥିଲେ। ବିଏସଏଫର ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାର ସନ୍ଧାନ ନେଇଥିଲା। ବିଏସଏଫ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲା। ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବାକୁ ନକ୍ସଲ ଲ୍ୟାଣ୍ଡମାଇନ ବ୍ୟବହାର କରିବାର ଆଶଙ୍କା ରହିଥିଲା।