‘ଗୋଲାବଜାମୁ ପକୁଡ଼ି’ କେବେ ଖାଇଛନ୍ତି କି! ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ଏହି ଆଇଟମ୍‌

ପକୁଡ଼ି ଶବ୍ଦ ଶୁଣିବା ମାତ୍ରେ ମନକୁ ପିଆଜ, ଆଳୁ, କୋବି ଆଦିର ପକୁଡ଼ି ନଜର ଆସେ। କିନ୍ତୁ କେବେ ଆପଣ ଗୋଲାବ ଜାମୁ ପକୁଡ଼ି ନାଁ ଶୁଣିଛନ୍ତି କି। ବୋଧେ ହୁଏ କାନ ଉଠିଲା ଦିନଠାରୁ ଏହି ନାଁ କେବେ କେହି ଶୁଣିନଥିବେ। କିନ୍ତୁ ସୋସିଆଲ ମିଡିଆରେ କେବଳ ଏହି ନାଁ ନୁହେଁ ବରଂ ଗୋଲାବଜାମୁ ପକୁଡ଼ି ବନାଇବାର ଭିଡିଓ ବି ଘୂରି ବୁଲୁଛି। ଯାହାକୁ ଲୋକେ ଦେଖିବା ସହ ଭାଇରାଲ ବି କରୁଛନ୍ତି।

ପ୍ରଥମେ ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Bhawna 💫 (@delhi_tummy)


ଇନ୍‌ଷ୍ଟାଗ୍ରାମ୍‌ରେ delhi tummy ନାମକ ଏକ ପେଜ୍‌ରେ ସପ୍ତାହେ ତଳେ ଏହି ଭିଡିଓଟି ସେୟାର କରାଯାଇଛି। ଏହାର କ୍ୟାପସନ୍‌ରେ ଲେଖାଯାଇଛି- କେବେ ଟ୍ରାଏ କରିବେ କି? ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୪.୨ ମିଲିୟନ୍‌ ଭ୍ୟୁ, ୫୦ ହଜାରରୁ ଅଧିକ ଲାଇକ୍‌ ଓ ଶତାଧିକ କମେଣ୍ଟ ମିଳିସାରିଲାଣି।

ଭିଡିଓରେ ଦେଖାଯାଇଛି, ଜଣେ ବ୍ୟକ୍ତି ୫-୬ଟି ଗୋଲାବଜାମୁକୁ ପକୁଡ଼ି ଛଣା ଯାଉଥିବା ବେସନର ବ୍ୟାଟରରେ ପକାଉଛନ୍ତି ଓ ତାହାକୁ କଡ଼େଇରେ ଥିବା ତେଲରେ ଛାଣୁଛନ୍ତି। ଏହା ଛାଣି ହୋଇ ଗୋଲ୍ଡେନ୍‌ କଲରର ହୋଇଗଲେ ପ୍ଲେଟ୍‌କୁ କାଢ଼ି ସର୍ଭ କରୁଛନ୍ତି ‘ଗୋଲାବଜାମୁ ପକୁଡ଼ି’।

insta
Image Credit: Instagram

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ପ୍ରବଳ ଟ୍ରୋଲ କରୁଥିବା ଦେଖାଯାଇଛି। ଜଣେ ୟୁଜର କମେଣ୍ଟ କରିଛନ୍ତି- ଏମିତି କରୁଥିବା ବ୍ୟକ୍ତିଙ୍କୁ ଭଗବାନ ବି କ୍ଷମା କରିବେ ନାହିଁ। ସେହିପରି ଆଉ ଜଣେ ଲେଖିଛନ୍ତି- ଖାଦ୍ୟକୁ ଅଖାଦ୍ୟ ବନାନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.