ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ, ଶବ ଆଣିବା ସମୟରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ (କେନ୍ୟୁଜ): ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଖଦଃ ଓ ଅଭାବନୀୟ ଘଟଣା। ଏହି ଗ୍ରାମର ଜଣେ ଯବାନ ମିହିର ରଞ୍ଜନ ପଣ୍ଡାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁକୁ ନେଇ ଏବେ ଗାଁ ରେ ଦେଖିବାକୁ ମିଳିଛି ଉତ୍ତେଜନା। ତେବେ ମିହିର ଗତ ୨୫ ତାରିଖରେ ନିଜ ଶଶୁର ଘରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ତେବେ ଶଶୁର ଘର ପକ୍ଷରୁ ମିହିରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ତେବେ ଚିକତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା।

ଅନ୍ୟପଟେ ମିହିରଙ୍କ ଶବକୁ ବିନା ବ୍ୟବଚ୍ଛେଦରେ ମୃତ ଶରୀରକୁ ଆଣିବା ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ। ଅନ୍ୟପଟେ ମିହିରଙ୍କ ଶବ ଆଣିଥିବା ଆମ୍ବୁଲାନ୍ସ କୁ ଅଟକ ରଖିଲେ ଗ୍ରାମବାସୀ। ଏନେଇ ମିହିର ପରିବାର ତରଫରୁ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମିହିରଙ୍କ ବାପା। ଶବ ବ୍ୟବଚ୍ଛେଦ ପାଇଁ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି। ମୃତ ଯବାନ ହେଲେ ପଟ୍ଟାମୁଣ୍ଡାଇ ଅରଡପଲି ଗ୍ରାମର ମିହିର ରଞ୍ଜନ ପଣ୍ଡା। ସେ ଛତିଶଗଡ CRPF 196ବାଟାଲିୟନ ରେ ଯବାନ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.